Latest Odisha News

BREAKING NEWS

ପାର୍ବଣ ଋତୁରେ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ 

ଭୁବନେଶ୍ୱର: ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ ଭାରତୀୟ ରେଳବାଇ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ପରିଚାଳନା କରିବ ବୋଲି ଜଣାପଡ଼ିଛି।

ଜାଣନ୍ତୁ କେଉଁ ସବୁ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଗଡିବ…

୧. ଆନନ୍ଦ ବିହାର – ପୁରୀ- ଆନନ୍ଦ ବିହାର, ଅଣସଂରକ୍ଷିତ ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍ (ଟ୍ରେନ୍ ନମ୍ବର ୦୪୪୦୮/୦୪୪୦୭)

ଟ୍ରେନ୍ ନମ୍ବର ୦୪୪୦୮, ଆନନ୍ଦ ବିହାର – ପୁରୀ ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୧୮.୧୦.୨୦୨୫ (ଶନିବାର) ରାତି ୨୩:୦୦ ଘଣ୍ଟା (ରାତି ୧୧ଟା) ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ।

ଟ୍ରେନ୍ ନମ୍ବର ୦୪୪୦୭, ପୁରୀ – ଆନନ୍ଦ ବିହାର ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୨୦.୧୦.୨୦୨୫ (ସୋମବାର) ଦିନ ସନ୍ଧ୍ୟା ୧୬:୩୦ ଘଣ୍ଟା (ସନ୍ଧ୍ୟା ୪.୩୦ ଘଣ୍ଟା) ରେ ପୁରୀରୁ ଛାଡ଼ିବ।

ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ଏହି ଟ୍ରେନ୍‌ ଗୁଡିକର ପ୍ରମୁଖ ରହଣି ସ୍ଥାନ ହେଉଛି- ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଟାଟାନାଗର, ବୋକାରୋ ଷ୍ଟିଲ ସିଟି, ହଜାରିବାଗ ରୋଡ, ଗୟା, ପଣ୍ଡିତ ଡିନ୍ ଦୟାଲ ଉପାଧ୍ୟାୟ ଜଙ୍କସନ, ମିର୍ଜ଼ାପୁର ଏବଂ ଘାଜିଆବାଦ।

କୋଚ୍ ସଂରଚନା: ସାଧାରଣ ଏବଂ ସ୍ଲିପର୍‌ କୋଚ୍‌ – ୧୫, ଲଗେଜ୍ କମ୍ ବ୍ରେକ୍‌ ଭ୍ୟାନ୍‌ – ୧, ଦିବ୍ୟାଙ୍ଗଜନ କୋଚ୍‌ – ୧ ।

୨. ପୁରୀ–ନିଜାମୁଦ୍ଦିନ (ଟ୍ରେନ୍‌ ସଂଖ୍ୟା ୦୮୪୭୫) ଏକପଥୀ ସ୍ପେଶାଲ୍‌ ଏକ୍ସପ୍ରେସ୍‌ (ସମ୍ବଲପୁର ସିଟି–ଝାରସୁଗୁଡା ରୋଡ୍‌ ମାର୍ଗରେ) ଟ୍ରେନ୍ ନମ୍ବର ୦୮୪୭୫, ପୁରୀ- ହଜରତ ନିଜାମୁଦ୍ଦିନ ସ୍ପେଶାଲ୍‌ ଏକ୍ସପ୍ରେସ୍‌ ତାରିଖ ୧୯.୧୦.୨୦୧୫ (ରବିବାର) ପୁରୀରୁ ପ୍ରଭାତ ୦୪:୫୦ ଘଣ୍ଟାରେ ଯାତ୍ରା ଆରମ୍ଭ କରିବ।

ପୁରୀ ଏବଂ ନିଜାମୁଦିନ ମଧ୍ୟରେ ଏହି ଟ୍ରେନ୍‌ର ପ୍ରମୁଖ ରହଣି ସ୍ଥାନଗୁଡ଼ିକ ହେଉଛି- ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ୍‌, ବିଳାସପୁର, ଝାନ୍ସୀ ଏବଂ ଆଗ୍ରା କ୍ୟାଣ୍ଟ।

କୋଚ୍ ସଂରଚନା: ସାଧାରଣ କୋଚ୍‌ – ୪, ସ୍ଲିପର୍‌ – ୧୪, ଲଗେଜ୍‌ କମ୍‌ ବ୍ରେକ୍‌ ଭ୍ୟାନ୍‌–କମ୍‌ ଦିବ୍ୟାଙ୍ଗଜନ – ୨ ।

ତେବେ ପାର୍ବଣ ଋତୁର ଯାତ୍ରୀଙ୍କ ଚାହିଦା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକର ବ୍ୟବସ୍ଥା କରାଯାଇଛି। ଯାହା ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେସନ ଦେଇ ଯାତ୍ରା କରିବ।

 

Comments are closed.