Latest Odisha News

BREAKING NEWS

ରାଜ୍ୟରେ ପ୍ରବଳ ବର୍ଷା: ଆହୁରୀ ୨୪ଘଣ୍ଟା ବର୍ଷିବ, ଦକ୍ଷିଣ ଓଡିଶାକୁ ସର୍ତକ ସୂଚନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା କରାଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ୪୦-୬୦କିମି ବେଗରେ ପବନ ବହିବା ସହ ବଜ୍ରପାତ ମଧ୍ୟ ହୋଇପାରେ ।

ଏହି ସମୟରେ ମତ୍ସଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସଜାଗ କରାଯାଇଛି ।

Leave A Reply

Your email address will not be published.