Latest Odisha News

BREAKING NEWS

ଆନନ୍ଦୀବେନ ପଟେଲ ଛତିଶଗଡର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ : ଛତିଶଗଡର ରାଜ୍ୟପାଳ ଭାବେ ଆନନ୍ଦୀବେନ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଛତିଶଗଡର ରାଜ୍ୟପାଳ ଥିବା ବଳରାମ ଦାଶ ଟଣ୍ଡନଙ୍କର ଗତ ମଙ୍ଗଳବାର ଦିନ ଆକସ୍ମିକ ମୃତ୍ୟୁ ଘଟିଥିଲା । ରାୟପୁରର ବିଆର୍ ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୯୦ ବର୍ଷ ବୟସରେ ବଳରାମଙ୍କ ଦେହାନ୍ତ ହୋଇଥିଲା ।

ତାଙ୍କ ମୃତ୍ୟୁପରେ ବର୍ତ୍ତମାନ ମଧ୍ୟପ୍ରଦେଶର ରାଜ୍ୟପାଳ ଥିବା ଆନନ୍ଦୀବେନ ପଟେଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛତିଶଗଡର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ଅବସରରେ ତାଙ୍କୁ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅଜୟ କୁମାର ତ୍ରିପାଠୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ତେବେ ନୂତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ରାଷ୍ଟ୍ରପତି ଭବନର ପ୍ରବକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.