Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଭଦ୍ରକ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଢେଙ୍କାନାଳ ଓ ମାଲକାନଗିରି ଆଦି ଜିଲ୍ଲା ରହିଛି ।

ଅଧିକ ପଢନ୍ତୁ- ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍, ୧୯ ତାରିଖ ବେଳକୁ ପୁଣି ଦାନା ବାନ୍ଧିବ

ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଅପରପକ୍ଷରେ ଏହି ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୨ଟାରୁ ଅପରାହ୍ନ ୫ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.