Latest Odisha News

BREAKING NEWS

ଭୁବନେଶ୍ୱରରେ ଆତଙ୍କ; ଖଣ୍ଡା ବୁଲାଇ ଯୁବକଙ୍କ ହତ୍ୟା ଧମକ!

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ଦୁବୃର୍ତ୍ତ ଖଣ୍ଡା ବୁଲାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଉକ୍ତ ସିସିଟିଭି ଭିଡିଓରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଖଣ୍ଡା ଧରି ଜଣକ ଘର ବାହାରେ ବୁଲାଉଥିବା ଦେଖିବାକୁ ମିଳୁଛି । ଏପରିକି ଘରୁ କେହି ବାହାରିଲେ ହାଣି ଦେବ ବୋଲି ଧମକାଉଥିବା ନଜର ଆସିଛି । ପ୍ରାୟ ୩୦ ସେକେଣ୍ଡ ଆତଙ୍କ ଖେଳାଇବା ପରେ ସେ ବାଇକରେ ଉକ୍ତ ସ୍ଥାନରୁ ପଳାଇ ଯାଇଥିବା ସୁତ୍ରରୁ ପ୍ରକାଶ ।

ତେବେ ଖାରବେଳ ନଗର ପୋଲିସ ଅରୁଣ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏହା ପଛର କାରଣ ଏଯାବତ୍ ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.