Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦ୍ୱିପ୍ରହର ୨ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଓ ନୟାଗଡ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.