Latest Odisha News

BREAKING NEWS

ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ, ଲୋକେ ଭୟଭୀତ

ଚିଲିକା: ଚିଲିକା ଜଳରାଶି ଉପରେ ରବିବାର ଅପରାହ୍ନରେ ଏକ ବିଶାଳ ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ କାଳିଜାଈ ଓ ଜଟିଆନାଶୀ ମଝିରେ ପାଖଶପାଖି ୧୫ ମିନିଟ୍ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା । ଏହା ଆକାଶରେ ବହୁ ଉପରକୁ ଲମ୍ବିଥିବାଭଳି ଦେଖାଯାଉଥିବା ବେଳେ ଏହି ଘଟଣାକୁ କିଛି ଲୋକ ନିଜ ମୋବାଇଲ୍ ଫୋନରେ କଏଦ କରିଥିବା ନେଇ ସୂଚନା ମିଳିଛି ।

ତେବେ ଏହି ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.