Latest Odisha News

BREAKING NEWS

ଏହିସବୁ ଜିଲ୍ଲାକୁ ରହିଛି ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ଜାରି ରହିଛି । ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସନ୍ଧ୍ୟା ସୁଦ୍ଧା କିଛି ଜିଲ୍ଲାଗୁଡ଼ିକରେ ବର୍ଷା ହେବାନେଇ ସୂଚନା ପ୍ରକାଶ କରିଛନ୍ତି ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନ (ଏସଆରସି)ଙ୍କ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନାଦେଇ କୁହାଯାଇଛି ଯେ, କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହିତ ବଜ୍ରପାତର ଆଶଙ୍କା ରହିଛି ।

ଯେଉଁସବୁ ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ରାୟଗଡ଼ା, ଗଜପତି, ନୟାଗଡ଼, ଜଗତସିଂହପୁର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲା । ଏହିସବୁ ଜିଲ୍ଲାଗୁଡ଼ିକରେ ସନ୍ଧ୍ୟା ୫ଟା ସୁଦ୍ଧା ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ପାଣିପାଗ ବିଭାଗ ।

Leave A Reply

Your email address will not be published.