Latest Odisha News

BREAKING NEWS

ଅପରାହ୍ନ ସୁଦ୍ଧା ଟୁଇନ ସିଟି ସମେତ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବର୍ତ୍ତମାନର ପାଣିପାଗ ସୂଚନା ଅନୁସାରେ, ଶନିବାର ଅପରାହ୍ନ  ସୁଦ୍ଧା ୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ବଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏଥିସହିତ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏଠାରେ ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ତେଣୁ ପାଣିପାଗ ଉପରେ ନଜର ରଖି ନିରାପଦ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି ।

Leave A Reply

Your email address will not be published.