ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ଏବେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଆଜି ୨୩ଟି ଜିଲ୍ଲାରେ ଝଡବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସେହି ଜିଲ୍ଲାଗୁଡିକ ହେଉଛି- ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୁଆପଡା ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ ଏବଂ ଗଜପତି।
ଏଭଳି ସ୍ଥିତି ୧୯ ତାରିଖ ପର୍ଯ୍ୟନ୍ତ ରହିପାରେ । ୨୦ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନରୁ ଏଭଳି ସୂଚନା ମିଳିଛି । ବୁଧବାର ଦିନ ଭିତରେ ଅନୁଗୁଳରେ ୪୮ ମିଲିମିଟର ବର୍ଷା ହୋଇଥିବାବେଳେ ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ପାଗ ମେଘୁଆ ଥିଲେ ମଧ୍ୟ ବହୁ ସ୍ଥାନରେ ବିଶେଷ ବର୍ଷା ହୋଇନାହିଁ ।
ତେବେ ରାଜ୍ୟର ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ବଜ୍ରପାତ ନେଇ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
Comments are closed.