ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଜାରି ରହିବ। ପଶ୍ଚିମାଝଡ଼ ଓ ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୭ ଦିନ ଯାଏଁ ବର୍ଷା ହେବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅଳ୍ପରୁ ମଧ୍ୟମ ଧରଧର ବର୍ଷା ହେବ। ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି। ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।
ସେହିଭଳି ଆସନ୍ତାକାଲି ୧୭ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଜାରି ହୋଇଛି ୱେଲୋ ୱାର୍ଣ୍ଣିଂ। କାଳବୈଶାଖୀ ପ୍ରଭାବରେ ଫସଲ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଚାଷୀଙ୍କୁ କୃଷି ପରାମର୍ଶ ଦିଆଯାଇଛି। ଅମଳ ଉପଯୋଗୀ ଫସଲ ତୋଳି ଆଣିବାକୁ କୁହାଯାଇଛି। ଅନ୍ୟପଟେ ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ଆଜି ଆସିପାରେ ଆଇଏମଡିର ପୂର୍ବାନୁମାନ।
Comments are closed.