Latest Odisha News

ଇଞ୍ଜିନିୟରଙ୍କ କମାଲ: ଆପାର୍ଟମେଣ୍ଟ ମଝିରେ ଯାଉଛି ଟ୍ରେନ୍ , ବାସିନ୍ଦାଙ୍କୁ ଶୁଭୁନି ଶବ୍ଦ

ଚୀନ: ଦୁନିଆରେ ଅନେକ ଅଦ୍ଭୁତ ସାମଗ୍ରୀ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେତେକ ପ୍ରକୃତି ଦ୍ୱାରା ନିର୍ମିତ ହୋଇଥିବାବେଳେ ଆଉ କେତେକ ମନୁଷ୍ୟ ଦ୍ୱାରା ନିର୍ମିତ । ଏପରି ଏକ ଅନନ୍ୟ ସାମଗ୍ରୀ ଚୀନ୍‌ରେ ଦେଖିବାକୁ ମିଳିଛି । ଏଠାରେ ଏକ ଟ୍ରେନ୍ ଲାଇନ୍ ଆପାର୍ଟମେଣ୍ଟ ମଝି ଦେଇ ଯାଇଛି । ପ୍ରତ୍ୟେକ ଦିନ ଏହି ଟ୍ରେନ୍ ଲାଇନ୍‌ରେ ଅନେକ ଟ୍ରେନ ଯାତାୟତ କରିଥାଏ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଏକ ଟ୍ରେନ୍ ଆପାର୍ଟମେଣ୍ଟ ଭିତର ଦେଇ ଯାଉଥିବା ନଜର ଆସିଛିି । ଏହାର ଟ୍ରାକ ଏପରି ଢଙ୍ଗରେ ତିଆରି ହୋଇଛି ଯେ ଏହା ଆପାର୍ଟମେଣ୍ଟ ମଝିରେ ଯାଉଛି । ଏହି ସମୟରେ ଶହ ଶହ ଲୋକ ତଳେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଛନ୍ତି ଓ ଏହାର ଭିଡିଓ ବି ପ୍ରସ୍ତୁତ କରୁଛନ୍ତି । ଏହି ଟ୍ରେନ୍‌ଟି ଚୀନ୍‌ର ଚୋଙ୍ଗ୍‌କିଙ୍ଗ୍‌ରେ ରହିଛିି । ଏହି ସହରକୁ ପର୍ବତ ସହର ବୋଲି କୁହାଯାଏ । କାରଣ ଏଠାରେ ପର୍ବତ ପରି ଉଚ୍ଚ ଉଚ୍ଚ ଅଟ୍ଟାଳିକା ରହିଛିି ।

୨୦୦୪ ମସିହାରେ ଏହି ରେଳ ଲାଇନ ଆରମ୍ଭ ହୋଇଥିଲା । ଯେତେବେଳେ ଏହା ଆରମ୍ଭ ହେଲା, ଏହି ରେଳ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର କହିଥିଲେ ଯେ, ରେଳ ଲାଇନକୁ ଭୂମିରେ ନେବା ପାଇଁ ସହରରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଏହି କାରଣରୁ ଟ୍ରାକ୍ ବିଲଡିଂ ଦେଇ ନେବାକୁ ପଡିଲା । ଏହି ଟ୍ରେନ୍ ଗୁଡିକ ହାଲୁକା ରେଳ ବର୍ଗରେ ଆସିଥାଏ । ଏହାର ଶବ୍ଦ ଏତେ କମ୍ ଯେ ବିଲଡିଂରେ ରହୁଥିବା ଲୋକଙ୍କ ପାଇଁ ଏହା କୌଣସି ଅସୁବିଧା ସୃଷ୍ଟି କରେ ନାହିଁ । ଏହା ବ୍ୟତୀତ ଏହାର ଶବ୍ଦ ମଧ୍ୟ ଶୁଣାଯାଏ ନାହିଁ ।

ଏହି ଭିଡିଓକୁ ଦେଖିବା ପରେ ଅନେକ ମଜାଳିଆ ମତ ଦେଇଛନ୍ତି । ଏହା ଯେତେ ସୁନ୍ଦର ଦେଖାଯାଉନା କାହିଁକି, ଯେତେବେଳେ ଆପଣ ସେହି ଆପାର୍ଟମେଣ୍ଟରେ ରହିବାକୁ ଆରମ୍ଭ କରିବେ, ସେତେବେଳେ ଜାଣିବେ ଏହାର ପ୍ରଭାବ କ’ଣ? ଆଉ ଜଣେ କହିଛନ୍ତି ଯେ, ଏଠାରେ ଭଡା ବହୁତ କମ୍ ଥିବ ।

Comments are closed.