ଭୁବନେଶ୍ୱର:ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ (ଆଇଏମଡି) ଟୁଇନ ସିଟି କଟକ-ଭୁବନେଶ୍ୱର ସମେତ ରାଜ୍ୟର ୧୫ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ୬ଟା ୧୫ ସୁଦ୍ଧା ଏହ ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହି ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଏହି ସମୟ ମଧ୍ୟରେ ବୌଦ୍ଧ, ଭଦ୍ରକ, ଯାଜପୁର, ବାଲେଶ୍ୱର,ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ, ଢେଙ୍କାନାଳ, ଅନଗୁଳ, ଗଜପତି, ବରଗଡ, କେନ୍ଦ୍ରପଡା, କଟକ, ଖୋର୍ଦ୍ଧା, ଗଞ୍ଜାମ ଆଦି ଅଞ୍ଚଳରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ମାରିପାରେ । ପାଗକୁ ଦେଖି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସତର୍କ କରାଯାଇଛି ।
ସେହିପରି ଆଇଏମଡି ମାଲକାନଗିରି , କୋରାପୁଟ, ନବରଙ୍ଗପୁର ଜିଲ୍ଲାପାଇଁ ବୁଧବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
ସେପ୍ଟେମ୍ବର ୮ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
Comments are closed.