Latest Odisha News

BREAKING NEWS

ଅପରାହ୍ନ ୫ଟା ୪୦ ଯାଏ ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା:

ଭୁବନେଶ୍ୱର: ଭାରତୀୟ୍ର ପାଣିପାଗ ବିଭାଗ (ଆଇଏମଡି) ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରିକରିଛି । ଶୁକ୍ରବାର ଅପରାହ୍ନ ୫ଟା ୪୦ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷା, ଘଡଘଡି ଏବଂ ବିଜୁଳି ମାରିବାର ସମ୍ଭାବନା ରହିଛି ।

BjdElectrycity

ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର, ଝାରସୁଗୁଡା, ଦେବଗଡ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ କନ୍ଧମାଳ ଏବଂ ବରଗଡ ଜିଲ୍ଲାରେ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗକୁ ଦୃଷ୍ଟିରେ ରଖି ଘରୁ ବାହାରିବ ପାଇଁ ଲୋକଙ୍କୁ ସତର୍କ କରାଯାଇଛି । ନିହାତି କାମ ନ ଥିଲେ ଘରୁ ନ ବାହାରି ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।

ରାଜ୍ୟରେ ମୌସୁମୀ ପ୍ରଭାବ ଦୁର୍ବଳ ରହିଥିବାବେଳେ ଗୁଳୁଗୁଳି ବଢିଯାଇଛି । । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦ ଦଶମିକ ୨ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଦ୍ୱାରା ଖରିଫ ଫସଲ ପ୍ରଭାବିତ ହୋଇଛି । ଏପରି ପାଗ ଆଉ ୪୮ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ  ଆସନ୍ତା ୩ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଦିଆଯାଇଛି ।

ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୩ ତାରିଖରେ ରାଜ୍ୟରେ ବିସ୍ତୁତି ବର୍ଷା ସମ୍ଭାବନା ରହିଛି ।

 

 

Leave A Reply

Your email address will not be published.