Latest Odisha News

ଆସନ୍ତା ୬ ତାରିଖରେ ଜନ୍ମହେବେ ପ୍ରଭୁ ଶ୍ରୀକୃଷ୍ଣ, ଜାଣନ୍ତୁ କୃଷ୍ଣ ପୂଜାର ମହତ୍ତ୍ୱ

ଭୁବନେଶ୍ଵର: ଆଗକୁ ଆସୁଛି କୃଷ୍ଣ ଜନ୍ମାଷ୍ଟମୀ । ଅନେକ ଲୋକମାନେ ନିଜ ଘରେ ଦେବୀ-ଦେବତାଙ୍କ ପୂଜା କରିବା ବ୍ୟତୀତ ଭଗବାନ କୃଷ୍ଣଙ୍କ ସ୍ବରୂପ ବାଳଗୋପାଳ ମୂର୍ତ୍ତି ପୂଜା କରିଥାନ୍ତି । ଯାହାକୁ ଲଡୁ ଗୋପାଳ ମଧ୍ୟ କୁହାଯାଇଥାଏ । ଲଡୁ ଗୋପାଳଙ୍କ ପୂଜା ସହ ତାଙ୍କ ସେବା ମଧ୍ୟ ଏକ ଛୋଟ ପିଲା ଭଳି କରାଯାଇଥାଏ । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଭଗବାନଙ୍କ ସେବା କରାଯାଇଥାଏ । ଲଡୁ ଗୋପାଳଙ୍କ ପ୍ରତିମା ପୂଜା କରିବା ଦ୍ବାରା ଘରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ ।

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ । ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ କୃଷ୍ଣଙ୍କ ଜନ୍ମଦିନକୁ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅତି ଉତ୍ସାହର ସହ ପାଳନ କରାଯାଏ । ଏହି ଉତ୍ସବକୁ ପୂର୍ବରୁ ଲୋକମାନେ ପାଳନ କରିଆସୁଛନ୍ତି । କିନ୍ତୁ ଏହି ବ୍ରତ କରିବାର କ’ଣ ମହତ୍ତ୍ୱ ରହିଛି, ତାହା ପ୍ରାୟତଃ କମ୍‌ ଲୋକେ ଜାଣିଥିବେ ।

ପୌରାଣିକ କଥା ମୁତାବକ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ଅଷ୍ଟମୀ ତିଥିରେ ହୋଇଥିଲା । ଏହି ଦିନ ଚନ୍ଦ୍ର ବୃଷ ରାଶି ଏବଂ ସୂର୍ଯ୍ୟ ସିଂହ ରାଶିରେ ରହିଥିଲେ । ସେଥିପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଏହି ସମୟରେ ପାଳନ କରାଯାଏ । ଏଥିପାଇଁ ଲୋକମାନେ ରାତିସାରା ଭଜନ କୀର୍ତ୍ତନ କରିଥାନ୍ତି । ଏହି ଦିନରେ ଲୋକମାନେ ବ୍ରତ ରଖିବା ସହ ପୂଜାପାଠ କରିଥାନ୍ତି । ଏହିଦିନ ବ୍ରତ ରଖିବା ଦ୍ୱାରା ବ୍ରତଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯେଉଁ ଲୋକମାନଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ରହିଥାଏ, ସେମାନେ ଏହିଦିନ ପୂଜା ପାଠ କରି ଭଗବାନଙ୍କ କୃପା ଲାଭ କରିପାରିବେ । ଏହି ଦିନ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବାର ସୁଯୋଗ ମଧ୍ୟ ରହିଥାଏ ।

ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବ ଚଳିତ ବର୍ଷ ସେପ୍ଟେମ୍ବର ୬ତାରିଖରେ ପାଳନ କରାଯିବ । ତେବେ କୃଷ୍ଣଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ପର୍ବକୁ ପାଳନ କରାଯାଏ । ତିଥିକୁ ଧ୍ୟାନ ଦେଲେ ଜଣାପଡେ ଯେ ରକ୍ଷା ବନ୍ଧନ ର ଠିକ ଆଠ ଦିନ ପରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ପାରମ୍ପରିକ ରାସଲୀଳା ସହିତ, ଦହି ହାଣ୍ଡି ଉତ୍ସବ ଏହି ପର୍ବର ମୁଖ୍ୟ ଆକର୍ଷଣ । ଅନେକ ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତକୁ ବ୍ରତମାନଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ ଝୁଲା ଝୁଲାଇବାର ମଧ୍ୟ ବହୁତ ମହତ୍ୱ ରହିଛି । ଭଗବାନଙ୍କୁ ଝୁଲା ଝୁଲାଇବା ଦ୍ୱାରା ଶ୍ରୀକୃଷ୍ଣ ବ୍ରତଧାରୀଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

ଏହି ପୂଜା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଖୁବ୍ ଧୂମଧାମ୍ ରେ ପାଳନ କରାଯାଇଥାଏ । ବିଦେଶରେ ବିଭିନ୍ନ ପ୍ରକାର ଭବ୍ୟ ସମାରୋହର ଆୟୋଜନ କରାଯାଏ । ଏହା ବ୍ୟତୀତ ବ୍ରଜ ନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ଏହିକାରଣରୁ ଘରେ ଏବଂ ମନ୍ଦିରରେ ମଧ୍ୟରାତ୍ରି ୧୨ଟା ହେବା ପରେ ଭଗବାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଏହି ଦିନ ରାତିରେ ଲଡୁ ଗୋପାଳଙ୍କ ମୂର୍ତ୍ତିକୁ ସ୍ନାନ କରାଇବା ପରେ ନୂତନ ବସ୍ତ୍ର ପିନ୍ଧାଇ ତାଙ୍କୁ ଶୃଙ୍ଗାର କରାଯାଇଥାଏ । ଶେଷରେ ଭଗବାନଙ୍କ ନିକଟରେ ଭୋଗ ଲଗାଯାଇ ପ୍ରସାଦ ବଣ୍ଟା ଯାଇଥାଏ।

 

Leave A Reply

Your email address will not be published.