ମୁମ୍ବାଇ: ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍’ ଶୋ’ରେ ବିବାଦୀୟ ମନ୍ତବ୍ୟ ପାଇଁ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ସମୟ ରାଇନା । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ପରେ ସେ ଏବେ ଭାରତ ଛାଡି କାନାଡାରେ ଅଛନ୍ତି । ଏହି ସମୟରେ ଏକ ଲାଇଭ ଶୋ’ କରି ମାମଲା ଉପରେ ମୁହଁ ଖୋଲିଛନ୍ତି ସମୟ ରାଇନା ।
କାନାଡାର ଏଡମଟନ୍ ସ୍ଥିତ ମାୟର୍ ହୋରୋଭିଜ୍ ଥିଏଟରରେ ସମୟ ଏକ ଲାଇଭ୍ ଶୋ କରିଥିଲେ । ତାଙ୍କର ପ୍ରଥମ ଶବ୍ଦ ଥିଲା, ‘ମୋର ଓକିଲଙ୍କ ଦେୟ ପ୍ରଦାନ କରିଥିବାରୁ ଧନ୍ୟବାଦ’। ଶୋ ଆରମ୍ଭ ହେବା ପୂର୍ବରୁ ସମୟ ଇମୋସନାଲ ହୋଇପଡିଥିବା ଦେଖିବାକୁ ମିଳିଛି । ଏହା ପରେ ରାଇନା ଦର୍ଶକଙ୍କୁ କହିଥିଲେ ଯେ ଏହି ଶୋ’ରେ ଅନେକ ଥର ଆପଣଙ୍କୁ ଲାଗିବ ଯେ ମୁଁ କିଛି ମଜାଦାର କହୁଛି କିମ୍ବା କହୁଛି, କିନ୍ତୁ ସେହି ସମୟରେ ଆପଣଙ୍କୁ ବିୟର ବାଇସେପ୍ସ ମନେ ରଖିବା ଉଚିତ୍ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେ କହିଥିଲେ, ‘ବୋଧହୁଏ ମୋର ଖରାପ ସମୟ କଟୁଛି, କିନ୍ତୁ ବନ୍ଧୁମାନଙ୍କୁ ମନେରଖ, ମୁଁ ସମୟ ଅଟେ ।’
କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଲୋକମାନେ ଏହା ମଧ୍ୟ କହୁଛନ୍ତି ଯେ, ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ ଜଣେ ୨୫ ବର୍ଷୀୟ ପୁଅକୁ ଦେଖିଛି ଯିହାଙ୍କର ମାନସିକ ସ୍ଥିତି ଏବେ ଖରାପ ରହିଛି, ଏହା ସତ୍ତ୍ବେ ସେ ଏବେ ବି ଲୋକଙ୍କୁ ହସାଇ ପାରୁଛନ୍ତି ।
ସୂଚନାଯୋଗ୍ୟ, ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍’ରେ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ହାସ୍ୟ ଅଭିନେତା ସମୟ ରାଇନା ଏବଂ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ବିବାଦରେ ଫଶିଛନ୍ତି । ପିତାମାତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ ରଣବୀର ଆହ୍ଲାବାଦିଆ । ଯାହା ପରେ ତେଜିଥିଲା ବିବାଦ । ଏହାପରେ ରଣବୀରଙ୍କ ସମେତ ସମୟ ରାଇନା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ନାଁରେ ଏତଲା ଦାୟର କରାଯାଇଛି ।
Comments are closed.