ପେରୁରେ ଅବସ୍ଥିତ ୫୨୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ‘ରେନ୍ବୋ ମାଉଣ୍ଟେନ୍ସ୍’ ବା ‘ସପ୍ତରଙ୍ଗୀ ପାହାଡ’ ଅନେକ ସମୟରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଲୋକମାନେ ଏହାକୁ ‘ଇନ୍ଦ୍ରଧନୁ ପାହାଡ’ ମଧ୍ୟ କହନ୍ତି।
ଏହି ପର୍ବତଗୁଡ଼ିକର ରଙ୍ଗ ବର୍ଷକୁ ପ୍ରାୟ ୮ ମାସ ସମାନ ରହିଥାଏ। କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ପବର୍ତଗୁଡ଼ିକର ରଙ୍ଗ ସ୍ବାଭାବିକ ଥିଲା। କିନ୍ତୁ ମୃତ୍ତିକା କ୍ଷୟ ଯୋଗୁ ପର୍ବତଗୁଡ଼ିକର ଉପର ଅଂଶର ମାଟି ଧୋଇ ହୋଇଗଲା ଏବଂ ସେଥିରୁ ବିଭିନ୍ନ ରଙ୍ଗ ଉତ୍ପନ୍ନ ହେଲା।
ତେବେ ଏହାର ମଜା ଉଠାଇବା ଲାଗି ପ୍ରତିବର୍ଷ ଦୂରଦୁରାନ୍ତରରୁ ବିଭିନ୍ନ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି।
Comments are closed.