Latest Odisha News

BREAKING NEWS

କୋଭିଡ-୧୯ ପ୍ରୋଟେକ୍ସନ୍ ଲୋସନ ଏବଂ ଆଣ୍ଟିଭାଇରାଲ୍ ଟି-ସାର୍ଟ ତିଆରି କଲା ଆଇଆଇଟି ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆରମ୍ଭ ହୋଇଥିବା ଦୁଇଟି ଷ୍ଟାର୍ଟଅପ୍ କମ୍ ମୂଲ୍ୟରେ ଆଣ୍ଟିଭାଇରାଲ୍ ଟି-ସାର୍ଟ ଏବଂ କରୋନାଭାଇରସ୍ ସୁରକ୍ଷା ଲୋସନ ଆରମ୍ଭ କରିଛନ୍ତି। ଦୁଇଟି ଷ୍ଟାର୍ଟଅପ୍ ହେଉଛି E-TEX ଏବଂ Clensta ।

ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ଭି ରାମଗୋପାଲ ରାଓ ଶୁକ୍ରବାର ଦିନ ଏହି ଆଣ୍ଟିଭାଇରାଲ୍ କିଟ୍ ନେଇ ଉଲ୍ଲେଖ କରିଛନ୍ତି।

ଏହି କିଟରେ ଏକ କ୍ଲେନଷ୍ଟା ସୁରକ୍ଷା ଲୋସନ, ହ୍ୟାଣ୍ଡ ସାନିଟାଇଜର, ଇ-ଟେକ୍ସ କୱଚ ଆଣ୍ଟିଭାଇରାଲ ଟି-ସାର୍ଟ ଏବଂ କୱଚ ମାସ୍କ ଅନ୍ତର୍ଭୁକ୍ତ କରାଯାଇଛି ।

ଆଇଆଇଟି ଦିଲ୍ଲୀର ଟେକ୍ସଟାଇଲ ଏବଂ ଫାଇବର ଇଞ୍ଜିନିୟରିଂ ବିଭାଗ ବିପିନ କୁମାର ଇଣ୍ଡିଆ ଟିଭି କୁ କହିଛନ୍ତି ଯେ କୋଭିଡ ମହାମାରୀ ବହୁମୁଖୀ ଆଣ୍ଟି-ଭାଇରାଲ ଏବଂ ମାଇକ୍ରୋବାୟଲ ପୋଷାକର ଚାହିଦା ବଢାଇଛି । କମ ପଇସା ରେ ସ୍ଥାନୀୟ ଉତ୍ପାଦ କୁ ବ୍ୟବହାର କରି ତିଆରି କରାଯାଉଥିବା ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍  ବାୟୋ-ପୋଷାକର ଜୀବାଣୁ ବିସ୍ତାରକୁ ବନ୍ଦ କରିପାରେ କିମ୍ବା ମନ୍ଥର କରିପାରେ ।

ଏହା ଛଡା ଆଗକୁ ଏହା ବୟନ ଏବଂ ବସ୍ତ୍ର କ୍ଷେତ୍ର ପାଇଁ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ସେ ଆଶାବାଦୀ ଅଛନ୍ତି ।

ଉତ୍ପାଦଟି ପରିବେଶକୁ କ୍ଷତି ନକରି ବ୍ୟାକ୍ଟେରିଆ, ଭାଇରାଲ ଏବଂ ଫଙ୍ଗଲ୍ ସଂକ୍ରମଣକୁ ରୋକିବା ପାଇଁ ଇଞ୍ଜିନିୟରିଂ ରସାୟନ ବିଜ୍ଞାନର ସୂତ୍ରର ଏକ ସଫଳତା ଅଟେ । ଏକାଧିକ ଜୀବାଣୁ ବିରୋଧରେ ଏହାର ପ୍ରଭାବଶାଳୀ ପ୍ରତିରୋଧ ଶକ୍ତି ଥିବା ସେ କହିଛନ୍ତି ।

ମୁହଁ ଏବଂ ହାତ ସମେତ ଶରୀରର ଯେକୋୖଣସି ବାହ୍ୟ ଅଂଶ ଉପରେ ଏହି ଉତ୍ପାଦର ବ୍ୟବହାର କରାଯାଇପାରିବ । ଉତ୍ପାଦର ପ୍ରୟୋଗ ବ୍ୟବହାରକାରୀଙ୍କୁ ପ୍ରାୟ ୨୪ ଘଣ୍ଟା ବ୍ୟାଘାତ କରି ଭାଇରସରୁ ସୁରକ୍ଷିତ ରଖିବ । ଏହା ଦ୍ୱାରା ଆଲକୋହଲ ଭିତ୍ତିକ ସାନିଟାଇଜରର ବର୍ଦ୍ଧିତ ବ୍ୟବହାରକୁ ତଥା ଏକାଧିକ ଥର ହାତ ଧୋଇବାର ଚିନ୍ତାକୁ ଏହା ଦୂର କରିପାରିବ ।

Leave A Reply

Your email address will not be published.