Latest Odisha News

BREAKING NEWS

କଟକ ଓ ଭୁବନେଶ୍ୱରକୁ ଘଡଘଡି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏହାର ପ୍ରଭବାରେ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରେ ଘଡଘଡି ସହ ବର୍ଷା ସମ୍ଭବନା ରହିଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି।

ଆଗାମୀ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ବର୍ଷା ଯୋଗୁ ରାସ୍ତା ଖସଡ଼ା ହୋଇପାରେ। ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ନ ହୋଇପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆହୁରି ଦୁଇରୁ ତିନି ଦିନ ଏଭଳି ପାଗ ଲାଗି ରହିବ ଏବଂ ୧୨ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ, ବୌଦ୍ଧ, ଗଂଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ, ରାୟଗଡା, କେନ୍ଦୁଝର ଏବଂ ମୟୂରଭଂଜ ଏହି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବ ଆସନ୍ତା ୫ ତାରଖ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.