ଭୁବନେଶ୍ୱର: ସୂର୍ଯ୍ୟ ଚାରିପଟେ ବଳୟ । ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗୀନ ହୋଇଛି ସୂର୍ଯ୍ୟଙ୍କ ଚର୍ତୁପାଶ୍ୱ । ଆଜି ସକାଳେ ଆକାଶରେ ଦେଖିବାକୁ ମିଳିଥିଲା କିଛି ଏଭଳି ସୁନ୍ଦର ଦୃଶ୍ୟ । ବୋଲି ସୂର୍ଯ୍ୟଙ୍କ ଚାରିପଟେ ଏକ ରିଙ୍ଗ ସଦୃଶ୍ୟ ଦୃଶ୍ୟମାନ ହୋଇଥିଲା ଦିନ ପ୍ରାୟ ୧୦ଟା ସମୟରେ ଏଭଳି ବଳୟ ଦେଖିବାକୁ ମିଳିଥିଲା ।ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ । ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । ସମୟେ ସମେୟ ଚନ୍ଦ୍ରର ଚାରିପାଖରେ ଏଭଳି ବଳୟ ସୃଷ୍ଟି ହୋଇଥାଏ । ତେବେ ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ନାହିଁ ।
ସାଧାରଣତଃ ସୂର୍ୟ୍ୟ ବା ଚନ୍ଦ୍ର ଚାରିପାଖରେ ଏକ ବଳୟ ଦେଖାଗଲେ ପରବର୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ । ଆମ ବାୟୁମଣ୍ଡଳରେ ଥିବା ମେଘଗୁଡ଼ିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି। ଏହି ଷଡ଼ଭୁଜ ସ୍ଫଟିକଗୁଡ଼ିକ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ୍ ଭଳି କାର୍ୟ୍ୟକରେ। ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ୟ୍ୟ ଆଲୋକରେ ପତଳା ମେଘ ରହେ। ତେବେ ଦିନରେ ସୂର୍ୟ୍ୟ ଚାରିପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଇଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିର୍ଦେଶକ କହିଛନ୍ତି ।
Comments are closed.