Latest Odisha News

ବର୍ଷା ସହ ବଜ୍ରପାତ ଆଶଙ୍କା: ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଓଡିଶାର ପ୍ରାୟ ୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା ।
ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା ସୁନ୍ଦରଗଡ଼, ସମ୍ବଲପୁର, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ମିଳିଛି ।
ଏହିସବୁ ଜିଲ୍ଲାଗୁଡିକୁ ବିଭାଗ ପକ୍ଷରୁ ଦିନ ୩ ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.