Latest Odisha News

BREAKING NEWS

ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ସର୍ବସାଧାରଣଙ୍କ ଲାଗି ଆସନ୍ତା ଜାନୁଆରୀ ୬ ତାରିଖରୁ ୨୦ ତାରିଖ ଯାଏଁ ରାଜଭବନ ଉଦ୍ୟାନ ଖୋଲା ରହିବ ।

ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୪ ଟା ୩୦ ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ଏଥିସହିତ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲୋକମାନେ ରାଜଭବନ ଉଦ୍ୟାନ ବୁଲିବାର ମଜା ଉଠାଇପାରିବେ ।

ଅନ୍ୟପକ୍ଷରେ ଏହି ଉଦ୍ୟାନର କାକଟସ୍ ହାଉସ୍, ୱାଟର ଫାଉଣ୍ଟେନ, ମ୍ୟୁଜିକାଲ୍ ଫାଉଣ୍ଟେନ, ହରିଣ ପାର୍କ, ଗୋଲାପ ଉଦ୍ୟାନ୍, ଆୟୁର୍ବେଦିକ ଉଦ୍ୟାନ ଆଦି ଦର୍ଶକମାନଙ୍କୁ ଖୁବ୍ ଆର୍କଷିତ କରିପାରିବ ।

ତେବେ ଏହି ପରିଦର୍ଶନ ବେଳେ ରାଜଭବନ ପରିସର ମଧ୍ୟକୁ କୌଣସି ଖାଦ୍ୟଦ୍ରବ୍ୟ, ଆଲକୋହଲ ଯୁକ୍ତ ପାନୀୟ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀକୁ ଜନସାଧାରଣଙ୍କୁ ନେବା ପାଇଁ ଅନୁମତି ଦିଆଯିବ ନାହିଁ ।

Leave A Reply

Your email address will not be published.