Latest Odisha News

BREAKING NEWS

ରାଜ୍ୟପାଳଙ୍କ ଉପରେ ଲାଗିଲା ଯୌନ ଉତ୍ପୀଡନର ଆରୋପ , ପୋଲିସ୍ ଓ କର୍ମୀଙ୍କୁ ରାଜଭବନ ମନା

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଲାଗିଲା ସଙ୍ଗୀନ ଆରୋପ । ରାଜଭବନର ଏକ ମହିଳା କର୍ମଚାରୀ ଯୌନ ଶୋଷଣ ନେଇ ସ୍ଟ୍ରିଟ୍ ଥାନାରେ ଅଭିଯୋଗ କରି ରାଜ୍ୟପାଳ ବୋସଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ମହିଳା ଜଣଙ୍କ ୨୪ ମାର୍ଚ୍ଚରେ ନିଜର ସ୍ଥାୟୀ ଚାକିରୀ ନିବେଦନ ନେଇ ରାଜ୍ୟପାଳଙ୍କ ପାଖକୁ ଯାଇଥିବା ବେଳେ ଏଭଳି କିଛି ଘଟିଛି । ଯାହାକୁ ନେଇ ଏବେ ସରଗରମ ରାଜନୀତି । ଏହାକୁ ନେଇ ଏବେ ଭିଡାଭିଡି ବିଜେପି ଓ ତୃଣମୂଳ କଂଗ୍ରେସ । ତୃଣମୂଳ କଂଗ୍ରେସ ନେତ୍ରୀ ସାଗରିକା ଘୋଷ୍ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ; ‘ଆଜି ପ୍ରଧାନମନ୍ତ୍ରୀ ମୋଦୀ କଲିକତା ଆସିବେ, ରାଜଭବନରେ ରହିବେ । କ’ଣ ମୋଦୀ ଏନେଇ ସିଭି ଆନନ୍ଦ ବୋଷଙ୍କୁ ପ୍ରଶ୍ନ କରିବେ ? କି ରାଜଭବନରେ ଏମିତି ଘଟଣା କିପରି ଘଟିଲା?’ ।

ତେବେ ଏହାକୁ ନେଇ କଡା ସମାଲୋଚନା କରିଛି ବିଜେପି । ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ନେଇ ଏହା ସବୁ ତୃଣମୂଳ କଂଗ୍ରେସର ଫେର ବୋଲି ଅଙ୍ଗୁଳି ଉଠାଇଛନ୍ତି ବିଜେପି ନେତା ସୁଭେନ୍ଦୁ ଅଧିକାରୀ । ଏ ଅଭିଯୋଗ ରାଜନୈତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ସେପଟେ ଏହାକୁ ନେଇ ରାଜ୍ୟପାଳଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ଆଦେଶନାମାରେ ରାଜ୍ୟ ପୁଲିସ ଏବଂ ମନ୍ତ୍ରୀଙ୍କୁ ରାଜଭବନରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

ରାଜଭବନରୁ ଜାରି ହୋଇଥିବା ବିବୃତିରେ ରାଜ୍ୟପାଳ ଆାହୁରି ମଧ୍ୟ କହିଛନ୍ତି ଯେ, ଏପରି ପରିକଳ୍ପିତ ଅଭିଯୋଗର କୌଣସି ସତ୍ୟତା ନାହିଁ। ମୋତେ ବଦନାମ କରି ଯଦି କେହି ନିର୍ବାଚନୀ ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତେବେ ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ। କିନ୍ତୁ ପଶ୍ଚିମବଙ୍ଗରେ ଚାଲିଥିବା ହିଂସା ଏବଂ ଦୁର୍ନୀତି ବିରୋଧରେ ମୋ ଲଢ଼େଇକୁ ସେମାନେ ବନ୍ଦ କରିପାରିବେନି।

Comments are closed.