Latest Odisha News

BREAKING NEWS

କାହିଁକି ନର୍ଗିସ୍‌ଙ୍କ ପାଇଁ ରାତି ରାତି କାନ୍ଦୁଥିଲେ ଶୋମ୍ୟାନ୍‌

ନୂଆଦିଲ୍ଲୀ: ଶୋମ୍ୟାନ୍ ରାଜ କପୁରଙ୍କର ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ରହିଛି। ରାଜ କପୁରଙ୍କ ବିନା ଫିଲ୍ମ ଜଗତ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ରାଜ କପୁର ୧୦ ବର୍ଷ ବୟସରେ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ୧୯୩୫ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଯାହାର ନାଁ ଥିଲା ‘ଇନକିଲାବ୍’। ଦଶନ୍ଧି ଧରି ସେ ଲୋକମାନଙ୍କୁ ମନୋରଜଂନ କରିଆସୁଥିଲେ।

ତାଙ୍କର ସ୍ମରଣୀୟ ଚଳଚ୍ଚିତ୍ର ତାଲିକା ମଧ୍ୟରେ ‘ଆୱାରା’, ‘ଶ୍ରୀ ୪୨୦’, ‘ବର୍‌ସାତ୍‌’, ‘ଚୋରୀ-ଚୋରୀ’, ‘ଅନାଡି’, ଅନ୍ତର୍ଭୁକ୍ତ। ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଆସୁଥିଲେ। ଅଭିନେତ୍ରୀ ନର୍ଗିସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସମସ୍ତଙ୍କୁ ଜଣା ଥିଲା।

ଏପରିକି ରାଜ କପୁର ନିଜେ ଥରେ କହିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ପିଲାମାନଙ୍କର ମା କିନ୍ତୁ ନର୍ଗିସ୍ ତାଙ୍କ ଚଳଚ୍ଚିତ୍ରର ମା। ଯେତେବେଳେ ରାଜ କପୁର ତାଙ୍କୁ ପ୍ରଥମ ଥର ଭେଟିଲେ ନର୍ଗିସ୍ ଏକ ବଡ ତାରକା ହୋଇସାରିଥିଲେ। ସେହି ସମୟରେ ନର୍ଗିସଙ୍କୁ ୨୦ ବର୍ଷ ହୋଇଥିବାବେଳେ ରାଜ କପୁରଙ୍କୁ ୨୨ ବର୍ଷ ହୋଇଥିଲା। ଆଜି ରାଜ କପୁରଙ୍କ ୯୭ ତମ ଜନ୍ମ ବାର୍ଷିକୀ।

ରାଜ କପୁର ଏବଂ ନର୍ଗିସଙ୍କ ଯୋଡି ପ୍ରଥମ ଥର ପାଇଁ ଫିଲ୍ମ ‘ଆଗ୍‌’ରେ ବଡ ପରଦାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ୧୯୪୮ ରେ ମୁକ୍ତିଲାଭ କରିଥିଲା। ଏହା ପରେ ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ର କରିଥିଲେ। ଗୋଟେ ସମୟରେ ଯେତେବେଳେ ନର୍ଗିସ୍ ଅନ୍ୟ କୌଣସି ପ୍ରଡ୍ୟୁସରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ, ସେ କେବଳ ରାଜ କପୁରଙ୍କ ସହ ଫିଲ୍ମ କରିବାକୁ ପସନ୍ଦ କରୁଥିଲେ। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। କିନ୍ତୁ ରାଜ କପୁର ଏହି ସମୟରେ ବିବାହିତ ଥିଲେ। ଏହା ସତ୍ତ୍ୱେ ରାଜ୍‌ ନର୍ଗିସ୍‌ଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ତାଙ୍କୁ ବିବାହ କରିବେ।

ସମୟ ଆଗକୁ ବଢିବା ସହିତ ଏବଂ ପରେ ଧୀରେ ଧୀରେ ନର୍ଗିସ୍ ଅନୁଭବ ହେଲା ଯେ ରାଜ କପୁର ତାଙ୍କୁ କେବେବି ବିବାହ କରିବେ ନାହିଁ। ୯ ବର୍ଷର ସମ୍ପର୍କ ପରେ ସେ ରାଜ କପୁରଙ୍କଠାରୁ ଅଲଗା ହେବା ଆରମ୍ଭ କଲେ। ରାଜ କପୁର ତାଙ୍କୁ ଚଳଚ୍ଚିତ୍ରରେ ଯେଉଁ ପ୍ରକାର ଭୂମିକା ଦେଉଥିଲେ ସେଥିରେ ସେ ଖୁସି ନଥିଲେ। ନର୍ଗିସ୍ ‘ଶ୍ରୀ ୪୨୦’ରେ ଯେଉଁ ଭୂମିକା ଗ୍ରହଣ କରିଥିଲେ ସେଥିରେ ସେ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ଏବଂ ରାଗରେ କପୁରଙ୍କୁ ନ ଜଣାଇ’ ମଦର ଇଣ୍ଡିଆ’ ପାଇଁ ସାଇନ୍‌ କରିଦେଇଥିଲେ। ରାଜ କପୁର ଏହି ଜିନିଷକୁ ଆଦୌ ପସନ୍ଦ କରୁନଥିଲେ।

ତା’ପରେ ମଦର ଇଣ୍ଡିଆର ସୁଟିଂ ସମୟରେ ଏକ ଦୁର୍ଘଟଣା ଘଟିଥିଲା ​​ଏବଂ ସେଟରେ ନିଆଁ ଲାଗିଯାଇଥିଲା। ଏହି ସମୟରେ, ନର୍ଗିସ୍ ସେହି ନିଆଁରେ ଜଳି ଯାଉଥିବା ସମୟରେ ତାଙ୍କ ସହ କାମ କରୁଥିବା ଅଭିନେତା ସୁନୀଲ ଦତ୍ତ କୌଣସି ପ୍ରକାରେ ତାଙ୍କୁ ସେଠାରୁ ଟାଣି ନେଇଥିଲେ। ନର୍ଗିସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ନର୍ଗିସ୍ ଏବଂ ସୁନୀଲ ଦତ୍ତ ପରସ୍ପରକୁ ଭଲ ପାଇବାକୁ ଲାଗିଲେ।

୧୯୫୮ରେ ନର୍ଗିସ୍ ଏବଂ ସୁନୀଲ ଦତ୍ତ ବିବାହ କରିଥିଲେ। ଯେତେବେଳେ ରାଜ କପୁର ସେମାନଙ୍କ ବିବାହ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ଭାଙ୍ଗି ପଡ଼ିଥଲେ। ରାଜ କପୁରଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ପ୍ରତିଦିନ ରାତିରେ ରାଜ ମଦ୍ୟପାନ କରି ଘରକୁ ଆସି ବାଥଟବ୍‌ରେ ବସି ଦୀର୍ଘ ସମୟ ଧରି କାନ୍ଦୁଥିଲେ।’ ରାଜ କପୁର ଅନୁଭବ କରିଥିଲେ ଯେ ନର୍ଗିସ ତାଙ୍କୁ ପ୍ରତାରଣା ଦେଇଛନ୍ତି। ଯେତେବେଳେ ନର୍ଗିସ୍‌ଙ୍କ ମୃତ୍ୟୁ ହୋଇଥିଲା, ରାଜ କପୁର ଅନ୍ତିମ ସଂସ୍କାର ସମୟରେ କିଛି ଦୂରରେ ଠିଆ ହୋଇଥିଲେ।

Leave A Reply

Your email address will not be published.