Latest Odisha News

BREAKING NEWS

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବିଭାଗ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

BjdElectrycity

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ହୋଇଛନ୍ତି କୃଷି ଉତ୍ପାଦନ କମିଶନର । ସଞ୍ଜୀବ ଚୋପ୍ରା ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରେ ପ୍ରମୁଖ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ବଦଳି କରାଯାଇଛି । ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ । SC/ST ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଇପିକଲର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ।

ଗଣଶିକ୍ଷା ସଚିବ ଭାବେ ବିଷ୍ଣୁପଦ ସେଠୀଙ୍କୁ ନିଯୁକ୍ତ କରିଛନ୍ତି ସରକାର । ଏବେ ରାଜସ୍ୱ ବିଭାଗ ଦାୟିତ୍ବରେ ଅଛନ୍ତି ବିଷ୍ଣୁପଦ ସେଠୀ । ସୁରେଶ କୁମାର ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗର OSD ଭାବେ ନିଯୁକ୍ତି ପାଇଛନ୍ତି । ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ, ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଇଡକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.