Latest Odisha News

BREAKING NEWS

ପର୍ଣ୍ଣୋଗ୍ରାଫି ମାମଲାକୁ ନେଇ ମୁହଁ ଖୋଲିଲେ ରାଜ୍‌; କହିଲେ…

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ଫସି ରହିଥିବା ଭେଟେରାନ ବ୍ୟବସାୟୀ ରାଜ କୁନ୍ଦ୍ରା ବର୍ତ୍ତମାନ ଜାମିନରେ ଅଛନ୍ତି। ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିଲେ କିନ୍ତୁ ବର୍ତ୍ତମାନ ସେ ଏହା ବିଷୟରେ ସେ ନିଜ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ ସେ ତାଙ୍କ ଜୀବନରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ରିଲିଜ କରିବାର କାର୍ଯ୍ୟର ଅଂଶ ହୋଇନାହାଁନ୍ତି।

ରାଜ କହିଛନ୍ତି ଯେ କୋର୍ଟର ରାୟ ଶେଷ ହେବା ପୂର୍ବରୁ ମଧ୍ୟ ସେ ଗଣମାଧ୍ୟମ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ସେ ଆଶା କରୁଛନ୍ତି ଯେ ଆଉ ଏସବୁ ଆଗକୁ ନହେଉ। ରାଜ କହିଛନ୍ତି, ‘ବହୁ ଚିନ୍ତା ପରେ ମୁଁ ଜାଣିଲି ଯେ ମୋ ବିଷୟରେ ଅନେକ ଦାୟିତ୍ବହୀନ ତଥା ଅବୈଧ ବିବୃତ୍ତି ଏବଂ ଆର୍ଟିକିଲ୍‌ ପ୍ରକାଶିତ ହେଉଛି।’

ରାଜ କୁନ୍ଦ୍ରା କହିଛନ୍ତି, ମୁଁ ବିଚାରର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଯେଉଁଠାରେ ସତ୍ୟର ସର୍ବଦା ଜୟ ହୋଇଥାଏ।

Comments are closed.