କାନପୁର: ଅଶ୍ଳୀଳ ରାକେଟ୍ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରବିବାର ଦିନ କାନପୁରରେ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦୁଇଟି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି।
ଏହି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା କରାଯାଇଥିବା ଏସବିଆଇ ଅଧିକାରୀମାନେ କହିଛନ୍ତି। ରବିବାର ଦିନ ବ୍ୟାଙ୍କ ଆକାଉଣ୍ଟ ଜବତ ହେବା ପରେ କୁନ୍ଦ୍ରାଙ୍କ ସହ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଥିଲା। ଅରବିନ୍ଦ ଶ୍ରୀବାସ୍ତବ ରାଜ କୁନ୍ଦ୍ରାଙ୍କ ପ୍ରଡକସନ୍ କମ୍ପାନୀ ଚଳାଉଥିଲେ ଏବଂ ଏହି ଅର୍ଥ ଅରବିନ୍ଦ ଶ୍ରୀବାସ୍ତବଙ୍କ ପତ୍ନୀ ହର୍ଷିତାଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।
Comments are closed.