Latest Odisha News

BREAKING NEWS

ବଢିଲା ଅଡୁଆ; ଆଉ ୧୪ ଦିନ ଜେଲ୍‌ରେ ରହିବେ ରାଜ୍‌

ନୂଆଦିଲ୍ଲୀ: ବଢୁଛି ରାଜଙ୍କ ଅଡୁଆ। ଆଜି ଶେଷ ହେବାକୁ ଥିବା ନ୍ୟାୟିକ ହେପାଜତକୁ ମୁମ୍ବାଇ କୋର୍ଟ ଆହୁରି ୧୪ ଦିନ ଯାଏ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଶ୍ଳୀଳ ବିଷୟବସ୍ତୁ ଉତ୍ପାଦନ ତଥା ପ୍ରସାରଣ ଅଭିଯୋଗରେ ତାଙ୍କୁ ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଆଜି କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥାନ୍ତା। ହେଲେ କୋର୍ଟ ତାଙ୍କୁ ଆହୁରି ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

କିଛି ଦିନ ପୂର୍ବରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା ଏବଂ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ସେମାନଙ୍କ ବାସଭବନରେ ଚଢଉ କରିଥିଲେ।

Comments are closed.