Latest Odisha News

BREAKING NEWS

ଆସନ୍ତା ମାସରୁ ପିଲାଙ୍କ ପାଇଁ ଉପଲବ୍ଧ ହେବ କରୋନା ଟିକା!

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାନ୍ଦଭିଆ ମଙ୍ଗଳବାର କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ-୧୯ ଟିକା ଆସନ୍ତା ମାସ ଅର୍ଥାତ୍‌ ଅଗଷ୍ଟରୁ ଆରମ୍ଭ ହୋଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଗତ ସପ୍ତାହରେ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ ପିଲାମାନଙ୍କ ଉପରେ ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାର ପରୀକ୍ଷା ଚାଲିଛି ଏବଂ ସେପ୍ଟେମ୍ବର ସୁଦ୍ଧା ଚୂଡାନ୍ତ ଫଳ ଆସିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ୨ରୁ ୬ ବର୍ଷ ବୟସର ପିଲାମାନଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣ ଚାଲିଛି।

ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଏକ କୋଭିଡ୍-୧୯ ଟିକା ଉପଲବ୍ଧ ହେବ ବୋଲି ପୂର୍ବରୁ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଥିଲେ।

Leave A Reply

Your email address will not be published.