Latest Odisha News

BREAKING NEWS

ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ପର୍ଣ୍ଣ ଫିଲ୍ମ ସୁଟିଂ ମାମଲାରେ ସୁଟିଂ ସେଟର ପୂର୍ବତନ କର୍ମଚାରୀଙ୍କୁ ସାକ୍ଷୀ ଭାବେ ନେଇପାରେ କ୍ରାଇମବ୍ରାଞ୍ଚ

ମୁମ୍ବାଇ : ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ । ପର୍ଣ୍ଣ ଫିଲ୍ମ ସୁଟିଂ ମାମଲାରେ ସୁଟିଂ ସେଟର ପୂର୍ବତନ କର୍ମଚାରୀଙ୍କୁ ସାକ୍ଷୀ ଭାବେ ନେଇପାରେ କ୍ରାଇମବ୍ରାଞ୍ଚ । ସେପଟେ ତଦନ୍ତରେ କୁନ୍ଦ୍ରା ସହଯୋଗ କରୁ ନଥିବା କହିଛନ୍ତି ତଦନ୍ତକାରୀ ଟିମ୍ । ତେଣୁ ସୁଟିଂ ସେଟ୍‌ରେ କାମ କରୁଥିବା ପୂର୍ବତନ କର୍ମଚାରୀଙ୍କୁ ସାକ୍ଷ୍ୟ ଭାବେ ନେବାକୁ ତଦନ୍ତକାରୀ ଟିମ୍ ଯୋଜନା କରୁଛି । ଅନ୍ୟପଟେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ଗିରଫଦାରିକୁ ବେଆଇନ କହିଛନ୍ତି ତାଙ୍କ ଓକିଲ ।

ଗତକାଲି ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ କ୍ରାଇମବ୍ରାଞ୍ଚ ସାଢେ ୫ଘଣ୍ଟା ଧରି ପଚରାଉଚରା କରିଥିଲା । ଆଜି ମଡେଲ ବା ଟିଭି ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଜେରା କରିଛି ଟିମ୍ । ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲାରେ ଗେହନା ବଶିଷ୍ଠଙ୍କୁ ଜେରା କରାଯାଇଛି । ଏହି କେସ୍ ଆରମ୍ଭରୁ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ସପୋର୍ଟ କରିଆସୁଛନ୍ତି ଗେହନା । ରାଜ ସୁଟିଂ କରୁଥିବା ଫିଲ୍ମ ପର୍ଣ୍ଣ ନୁହେଁ ବରଂ ବୋଲ୍ଡ ଆଡ୍ ଫିଲ୍ମ ବୋଲି ଗେହନା କହିଥିଲେ । ରାଜ କୁନ୍ଦ୍ରାଙ୍କ ୩ଟି ଫିଲ୍ମରେ ଗେହନା କାମ କରିସାରିଛନ୍ତି ।

ଫିଲ୍ମରେ ସେ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ସୁଟିଂ ସେଟରେ ତାଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଇ ନଥିଲା ବୋଲି ପୂର୍ବରୁ କହି ସାରିଛନ୍ତି ଗେହନା ବଶିଷ୍ଠ । ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ପେଡିର ଆଉ କିଛି ଗୁମର ଖୋଲିବା ପାଇଁ ଆଜି ଗେହନାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଗତ ଫେବୃୟାରୀରେ ଗେହନା ବଶିଷ୍ଠଙ୍କ ସମେତ ୬ ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ନବାଗତା ଅଭିନେତା, ଅଭିନେତ୍ରୀଙ୍କୁ ଅଶ୍ଳୀଳ ସିନ୍ ସୁଟ୍‌ କରିବାକୁ ଗେହନା ବାଧ୍ୟ କରୁଥିବା ନେଇ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.