Latest Odisha News

BREAKING NEWS

ସୁପରହିଟ ଫିଲ୍ମ ଚାଲବାଜର ସିକ୍ୱେଲରେ ଶ୍ରୀଦେବୀଙ୍କ ଭୂମିକା କରିବେ ଶ୍ରଦ୍ଧା

ମୁମ୍ବାଇ: ୧୯୮୯ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ଚାଲବାଜର ସିକ୍ୱେଲ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଶ୍ରୀଦେବୀ ଏହି ଫିଲ୍ମରେ ଡବଲ ରୋଲ କରିଥିବା ବେଳେ ସନି ଦେଓଲ ଓ ରଜନୀକାନ୍ତ ତାଙ୍କ ସହ ଅଭିନୟ କରିଥିଲେ । ଚାଲବାଜ ଇନ ଲଣ୍ଡନରେ ଶ୍ରୀଦେବୀଙ୍କ ଭୂମିକା ଶ୍ରଦ୍ଧା କାପୁର କରିବେ । ପଙ୍କଜ ପରାଶର ପୂର୍ବ ଭଳି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଏହା ପୂର୍ବ ଫିଲ୍ମ ତୁଳନାରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବ । ଏବେକାର ଦର୍ଶକଙ୍କୁ ଆଖି ଆଗରେ ରଖି ଏହାକୁ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ୩୦ ବର୍ଷ ତଳର କାହାଣୀ ଏବଂ ଏବେକାର ପରସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଶ୍ରୀଦେବୀ ଏବଂ ଶ୍ରଦ୍ଧାଙ୍କୁ ତୁଳନା କରିବା ଅନୁଚିତ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.