Latest Odisha News

ରାଜବାଟୀରେ ଇଏ କି ନ୍ୟାୟ ? ସାଇକେଲରେ ବାନ୍ଧି ପିଟିଲେ , ବୁଲାଇଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ରାଜବାଟୀକୁ ଚୋରୀ କରିବାକୁ ଆସି ଧରାପଡିଛି ଚୋର  । ଆଉ ଚୋରକୁ କାବୁ କରିବା ପରେ ତାକୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି । ସୁରକ୍ଷାକର୍ମୀଙ୍କ ନିର୍ଯ୍ୟାତନା ସବୁ ସୀମା ପାର୍ କରିଛି  । ରାଜବାଟୀର ସୁରକ୍ଷାକର୍ମୀ ଚୋରଟିକୁ ପ୍ରଥମେ ନିସ୍ତୁକ ମାଡ ମାରି ଦରମରା କରିଦେଇଛନ୍ତି  । ପରେ ଅତି ଅମାନବୀୟ ଢଙ୍ଗରେ ହାତଗୋଡ ବାନ୍ଧି ଏକ ସାଇକେଲରେ ଥାନାକୁ ନେଇ ପୋଲିସର ଜିମା ଦେଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ କିଛି ଚୋର ଚୋରୀ କରିବା ଉଦ୍ଦେଶ୍ୟରେ ରାଜବାଟୀରେ ପଶିଥିଲେ  । ମାତ୍ର ହଠାତ୍ ଏମାନେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡିଥିଲେ  । କିଛି ଚୋର ଖସି ଯାଇଥିବାବେଳେ ଆଉ କିଛି ଚୋର ଧରାପଡିଯାଇଥିଲେ  । ଫଳରେ ସୁରକ୍ଷାକର୍ମୀ ମାନେ ଚୋର ମାନଙ୍କ ହାତ ଗୋଡ ବାନ୍ଧି  ନିସ୍ତୁକ ଭାବରେ ମାଡ ମାରିଥିଲେ  । ଏବଂ ପରେ ଅଚେତ୍ ଅବସ୍ଥାରେ ଭବାନୀପାଟଣା ଟାଉନ ଥାନାକୁ ନେଇ ପୋଲିସରେ ଜିମା ଦେଇଛନ୍ତି  । ଚୋର ମାନଙ୍କ ନିକଟରୁ ଏକ ବ୍ୟାଗ , ମୋବାଇଲ ଚାର୍ଜର, ଚିମୁଟା, ୩ଟି ସ୍କୃଡ୍ରାଇଭର ଜବତ କରାଯାଇଛି  । ତେବେ ଏଠି ପ୍ରଶ୍ନ ଉଠୁଛି ଚୋରକୁ ଦଣ୍ଡ ଦେବା ପାଇଁ ଆଇନ ବ୍ୟବସ୍ଥା ରହିଛି  । ହେଲେ ରାଜବାଟୀର ସୁରକ୍ଷାକର୍ମୀଙ୍କୁ କିଏ ଏହି  ଅନୁମତି ଦେଲା  ।

Leave A Reply

Your email address will not be published.