Latest Odisha News

BREAKING NEWS

ବନ୍ଦ କୋଠରୀରୁ ମିଳିଲା ଗୋଟିଏ ପରିବାର ୪ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ମହୀଶୂର: ମହୀଶୂରରେ ସନ୍ଦେହଜକ ଅବସ୍ଥାରେ ଘର ଭିତରୁ ଗୋଟିଏ ପରିବାର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗତକାଲି ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ କରିବା ପରେ ପୋଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ପୋଲିସ ଏହି ସୂଚନା ପାଇ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାରଣ ଅସ୍ପଷ୍ଟ ଥିବା ବେଳେ ଏହା ଏକ ଗଣଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ୪୫ ବର୍ଷୀୟ ମହାଦେବ ସ୍ୱାମୀ, ତାଙ୍କ ପତ୍ନୀ ୩୮ ବର୍ଷୀୟ ଅନୀତା ଏବଂ ୧୭ ବର୍ଷୀୟ ଝିଅ ଚନ୍ଦ୍ରକଳା ଓ ୧୫ ବର୍ଷୀୟ ଧନଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ବାନ୍ଦିପାଲିଆରେ ମହାଦେବ ସ୍ୱାମୀଙ୍କର ଏକ ପନିପରିବା ଦୋକାନ ଥିଲା । ତେବେ ପୂର୍ବରୁ ସବୁକିଛି ଠିକଠାକ ଥିଲା ବେଳେ ଗତ ଦୁଇ ଦିନ ଧରି ଏହି ପରିବାର କବାଟ ଖୋଲୁନଥିବା ପଡୋଶୀମାନଙ୍କ ନଜରକୁ ଆସିଥିଲା । ତେବେ ଗତକାଲି ପଡୋଶୀମାନେ ଘରର କବାଟ ଖୋଲିଥିଲେ । କବାଟ ଖୋଲିବା ପରେ ୪ ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟ ସ୍ଥିତି ଦେଖି ଏହା କେଉଁ ପ୍ରକାର ମାମଲା ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

 

Leave A Reply

Your email address will not be published.