Latest Odisha News

ରାଜ ଠାକରେଙ୍କ ବିବାଦୀୟ ମନ୍ତବ୍ୟ : ଲକଡାଉନ ସରିଲେ ଆମେ ବି ରୂପ ଦେଖାଇବୁ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଶନିବାର କ୍ରୋଧିତ ହୋଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତବଲିଗ ଜମାତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । ଟଙ୍କାରେ ଛେପ ଲଗାଇବା, ନର୍ସଙ୍କୁ ଅସଭ୍ୟ ବ୍ୟବହାର ପରି ଘଟଣାର ପୁନରାବୃତି ହେଲେ ସେମାନଙ୍କୁ ଗୁଳି କରାଯାଉ ବୋଲି ସେ କହିଛନ୍ତି ।

ଲକଡାଉନ ଲାଗି ଆମେ ଚୁପ୍ ରହିଛୁ । ଏହା ଉଠିଲା ପରେ ବହୁତ କିଛି କରିପାରିବୁ । ଧର୍ମଠାରୁ ମୋ ପାଇଁ ଦେଶ ବଡ । ଆଗକୁ ଆଉ ସହ୍ୟ କରିବୁ ନାହିଁ ବୋଲି ସେ କହିଛନ୍ତି ।

Comments are closed.