ମୁମ୍ବାଇ: ବାହୂବଳୀ, ଆରଆରଆର ପରି ବ୍ଲକବଷ୍ଟର ଫିଲ୍ମ କରିଥିବା ଏସଏସ ରାଜମୌଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ ରଖାଯାଇଛି । ଭାରତୀୟ ସିନେମାର ଫାଦରଙ୍କ ଉପରେ ଏହି ଫିଲ୍ମ ଆଧାରିତ । ସୂଚନାଯୋଗ୍ୟ, ଦାଦା ସାହେବ ଫାଲକେଙ୍କୁ ଭାରତୀୟ ସିନେମାର ଫାଦର ଭାବେ ବିବେଚନା କରାଯାଇଥାଏ । ଏହାର କାହାଣୀ ଶୁଣି ରାଜମୌଲୀ ଭବପ୍ରବଣ ହୋଇ ପଡିଥିଲେ । ୧୯୧୩ରେ ଦେଶର ପ୍ରଥମ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ର ସେ ନିର୍ମାଣ କରିଥିଲେ । ମାତ୍ର ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।
କୌଣସି ପ୍ରକାର ସୁବିଧା ସୁଯୋଗ ନ ଥିବା ବେଳେ ସେ କିପରି ତାଙ୍କ ସ୍ୱପ୍ନ ସାକାର କଲେ ତାହା ଏହି ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି । ତେବେ ଏହି ଫିଲ୍ମକୁ ରାଜମୌଲୀଙ୍କ ବଦଳରେ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀତିନ କକ୍କଡ ଦେବେ । ରାଜମୌଲୀ ଫିଲ୍ମର ପ୍ରଡ୍ୟୁସର ରହିବେ । ନିକଟରେ ରାଜମୌଲୀଙ୍କ ଆରଆରଆର ଫିଲ୍ମ ସାରା ବିଶ୍ୱରେ ତାର ପ୍ରଭାବ ବିସ୍ତାର କରିଥିଲା । ଏପରିକି ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ହାସଲ କରିଥିଲା ।
Comments are closed.