Latest Odisha News

BREAKING NEWS

ମହେଶ ବାବୁଙ୍କ ପାଇଁ ୨ କାହାଣୀ ପ୍ରସ୍ତୁତ ରଖିଛନ୍ତି ରାଜମୌଲୀ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏସଏସ ରାଜମୌଲୀଙ୍କ ଆଗାମୀ ପ୍ରୋଜେକ୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଇତି ମଧ୍ୟରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ୨ଟି କାହାଣୀ ପ୍ରସ୍ତୁତ ଅଛି ବୋଲି ରାଜମୌଲୀ କହିଛନ୍ତି । ଓମ୍ରିକନ ଭ୍ୟାରିଂଆଟ ତାର ଉତ୍ପାତ ରଚୁଥିବା ବେଳେ ମୁଁ ଘରେ ବସି ରହିଥିଲି ବୋଲି ସେ କହିଛନ୍ତି । ସେ ସମୟରେ ମୋ ବାପା ଭିଜୟେନ୍ଦ୍ର ପ୍ରସାଦ ସମୟ ନଷ୍ଟ ନ କରି ଅଳସୁଆ ଭାବେ ନ ବସିବା ପାଇଁ କହିଥିଲେ । ଏହା ପରେ ମୁଁ ୨ଟି କାହାଣୀ ଉପରେ ଧ୍ୟାନ ଦେଇଥିଲି । ଏହା ମଧ୍ୟ ବିଗ ବଜେଟ ଓ ଭବ୍ୟ ଫିଲ୍ମ ।

ମହେଶ ବାବୁଙ୍କ ସହ କାମ କରିବା ପାଇଁ ମୁଁ ବ୍ୟଗ୍ର । କାହାଣୀ, ସମୟ ଏବଂ ଆଲୋଚନା ସବୁ କିଛି ଠିକଠାକ ରହିଲେ ଆଗାମୀ ବର୍ଷ ଫିଲ୍ମ ଆରମ୍ଭ କରିଦେବି । ବାହୁବଳୀ ଓ ଆରଆରଆର ପରେ ରାଜମୌଲୀଙ୍କ ସହ କାମ କରିବା ପାଇଁ ସମସ୍ତ ବଡ ହୀରୋ ମନେ ମନେ ଚାହୁଁଛନ୍ତି । ଦେଖାଯାଉ ମହେଶ ବାବୁ ଓ ରାଜମୌଲୀଙ୍କ କମ୍ବିନେଶନ କିଭଳି ଧମାଲ ମଚାଉଛି ତାହା ଦେଖିବା କଥା ।

Leave A Reply

Your email address will not be published.