Latest Odisha News

BREAKING NEWS

ରହସ୍ୟ ଖୋଲିଲେ ମୁନାୱର ଫାରୁକି, ସେ ବିବାହିତ ଆଉ ଗୋଟିଏ ପୁଅର ବାପା

କଙ୍ଗନା କହିଲେ ବିବାହିତ ପୁରୁଷଙ୍କ ସମ୍ପର୍କ ତାଙ୍କ ଜୀବନରେ ଏକ ସ୍କାଣ୍ଡାଲ

ଭୁବନେଶ୍ୱର: ମୁନାୱର ଫାରୁକି ମାନିଲେ ସତ । ସେ ବାହା ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ଅଛି । କମେଡିଆନ ମୁନାୱର ଫାରୁକି ରିୟଲିଟି ଶୋ ଲକ୍ ଅପ୍ରେ ଏକ ରହସ୍ୟ ଖୋଲିଛନ୍ତି । କଙ୍ଗନା ରନାୱତ ହୋଷ୍ଟ କରୁଥିବା ଏହି ଶୋ’ରେ ସେ ଏଭଳି ତିକ୍ତ ସତ କହିଛନ୍ତି । ସେ ଗତ ଦେଢ଼ ବର୍ଷ ହେବ ସ୍ତ୍ର ଏବଂ ପିଲାଙ୍କ ଠାରୁ ଦୂରରେ ରହୁଛନ୍ତି ।

କଙ୍ଗନା ଏକ ବ୍ଲର୍ ଫଟୋ ଦେଖାଇ ମୁନାୱରଙ୍କୁ ସତ କହିବାକୁ କହିଥିଲେ । ଫଟୋକୁ ଅଧିକ ଧ୍ୟାନ ନ ଦେଇ ମୁନାୱର ଖୋଲିଥିଲେ ସତ । ସେ କହିଥିଲେ ଯେ, ସେ ବାହା ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ଅଛି । ଆଉ ସେ ଉଭୟଙ୍କୁ ପ୍ରାୟ ଦେଢ଼ ବର୍ଷ ହେବ ଦେଖା କରିନାହାନ୍ତି ।

ଏହି ସମ୍ପର୍କ ଠିକରେ ଚାଲୁନି । ଅଧିକ କିଛି ସେ କହିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ ମୁନାୱର । ଏବେ ବିବାହ ଆଉ ବିଚ୍ଛେଦ କଥା କୋର୍ଟରେ ଯାଇ ପହଞ୍ଚିଛି । ସେଥିପାଇଁ ବିଶେଷ ଆଗକୁ ଯାଉନାହାନ୍ତି । ତା’ପରେ ସେ କୌଣସି ପରିସ୍ଥିତିରେ ତାଙ୍କ ପୁଅକୁ କିଛି ବିବାଦକୁ ଟାଣିବାକୁ ଚାହୁଁନାହାନ୍ତି । ଯଦ୍ୱାରା ସେ ତାଙ୍କ ପୁଅ ପ୍ରଭାବିତ ହେବ ।

ଏହି ଅବସରରେ କଙ୍ଗନା କହିଥିଲେ ଯେ, ବିବାହିତ ପୁରୁଷଙ୍କ ସହ ସଂପର୍କ କିପରି ତାଙ୍କ ଜୀବନରେ ଏକ ସ୍କାଣ୍ଡାଲ ପାଲଟିଥିଲା । ପରୋକ୍ଷରେ ସେ ହ୍ରିତିକଙ୍କୁ ଇଙ୍ଗିତ କରି କହିଥିଲେ ।

Leave A Reply

Your email address will not be published.