Latest Odisha News

BREAKING NEWS

ବ୍ରହ୍ମାସ୍ତ୍ର ପ୍ରଚାର ପାଇଁ ରାଜମୌଲି ନେଇଥିଲେ ୧୦ କୋଟି !

ମୁମ୍ବାଇ: ବ୍ରହ୍ମାସ୍ତ୍ର ଫିଲ୍ମ ବକ୍ସ ଅଫିସରେ ଏ ପର୍ଯ୍ୟନ୍ତ ଭଲ କରୋବାର କରୁଛି । ଅବଶ୍ୟ ଏହାର କଲେକ୍ସନ ଡାଟା ନେଇ କିଛି ସଂଶୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରି ନାହିଁ । ଏହା ମଧ୍ୟରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି । କରନ ଜୋହର ତାଙ୍କ ଫିଲ୍ମର ପ୍ରଚାର ପାଇଁ ଦକ୍ଷିଣ ଭାରତର ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ । ତେବେ ରାଜମୌଲି ଓ କରନ ଏହି ଖବରକୁ ଖଣ୍ଡନ କରିଛନ୍ତି । କରନ ଏବଂ ରାଜମୌଲିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିବା ପାଇଁ ଏହି ମିଥ୍ୟା ଖବର ପ୍ରସାରିତ କରାଯାଉଛି ।

୫୦୦ କୋଟି ପାଖାପାଖି ବଜେଟରେ ନିର୍ମିତ ବ୍ରହ୍ମାସ୍ତ୍ର ୧୫୦ କୋଟି ଟଙ୍କା ଭାରତୀୟ ମାର୍କେଟରୁ ଆୟ କରିସାରିଛି । ଦକ୍ଷିଣ ଭାରତର ଷ୍ଟାର ନାଗାର୍ଜୁନ ଏବଂ ରାଜମୌଲିଙ୍କ ପ୍ରଶଂସା ଯୋଗୁ ଏହି ଫିଲ୍ମ ସାଉଥରେ ମଧ୍ୟ ଭଲ କଲେକ୍ସନ କରିଛି । ରଣବୀର କାପୁର, ଅମିତାଭ ବଚ୍ଚନ, ନାଗାର୍ଜୁନ ପରି ଅଭିନେତା ଏଥିରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.