Latest Odisha News

BREAKING NEWS

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

ପୁରୀରେ ଦଳର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ୨୫ ବର୍ଷର ଶାସନ ସେବା ନୁହେଁ ବରଂ ଲୁଟ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧରାପୃଷ୍ଠରେ ଅନ୍ୟାୟ, ଅନୀତି ହେଲେ ସଫା କରାଯାଏ । ବିଭିନ୍ନ ରାଜ୍ୟରେ ଚାଲିଥିବା ବ୍ୟବସ୍ଥା ଅନୁସାରେ, ଏଠି ଲାଗୁ କରାଯିବ । ଅର୍ଥାତ୍ କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ କହିଛନ୍ତି ରାଜ୍ୟରେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ରେଡ୍ କରିବ । ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଟୁଡୁ ରାଜ୍ୟରେ ଇଡି, ସିବିଆଇ ରେଡ୍ ନେଇ ଧମକ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆହୁରି କହିଛନ୍ତି ବିଜେଡି ୨୨ ବର୍ଷ ଶାସନରେ ୨୨ଟି ଯୋଜନାର ନାଁର କହିଲେ ମୁଁ ରାଜନୀତି ଛାଡ଼ି ଦେବି । ଯାହାର ଜବାବ ଦେଇଛନ୍ତି ବିଜେଡି ନେତା । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିଜେଡି ହାଲକା କହିବା ସହ ସାଢ଼େ ୪ କୋଟି ଲୋକ ନବୀନଙ୍କ ପରିବାର ବୋଲି କହିଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଥିବା ବିଜେଡି କହିଛି । ବିଜେପିର ଏଭଳି ଅଭିଯୋଗର ଜବାବ ଲୋକ ୨୦୨୪ରେ ଦେବେ ବୋଲି କହିଛନ୍ତି ବିଜେଡି ନେତା ।

ପୁରୀରେ ପ୍ରଶିକ୍ଷଣ ଶିବିରରେ ବିଜେପିର ଶୀର୍ଷ ନେତୃତ୍ୱ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଥିବା ବେଳେ ଏହା ଦଳକୁ କେତେମାତ୍ରାରେ ସଫଳ କରାଇବ ତାହା ୨୦୨୪ ନିର୍ବାଚନରେ ହିଁ ଜଣା ପଡ଼ିବ ।

Leave A Reply

Your email address will not be published.