Latest Odisha News

BREAKING NEWS

ପ୍ରଶଂସକଙ୍କ ଅନୁରୋଧ ରକ୍ଷା କଲେ ରଜନୀକାନ୍ତ, ଭେଟିବାକୁ ଗଲେ ବସଷ୍ଟାଣ୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ ୫୦୦କୋଟିରୁ ଅଧିକ ରୋଜଗାର କରିସାରିଲାଣିି । ଏଥି ସହିତ ଏହା ବକ୍ସ ଅଫିସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏସବୁ ଭିତରେ ନିକଟରେ ଅଭିନେତା ରଜନୀକାନ୍ତ ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି ବାଙ୍ଗାଲୋର ବସଷ୍ଟାଣ୍ଡରେ ପହଞ୍ଚିଛନ୍ତି । ଆଉ ନିଜ ପ୍ରିୟ ତାରକାଙ୍କୁ ପାଖରେ ପାଇ ପ୍ରଶଂସକ ବି ବେଶ ଖୁସି ହୋଇଯାଇଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରଜନୀକାନ୍ତ ମଙ୍ଗଳବାର ବାଙ୍ଗାଲୋର ମହାନଗର ନିଗମର ବସ ପରିବହନ ଅଫିସରେ ପହଞ୍ଚିି ଥିଲେ । ସେଠାରେ ତାଙ୍କ ପ୍ରଶଂସକଙ୍କୁ ଭେଟି ସେମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ଦେଇଥିଲେ । ପ୍ରଶଂସକମାନେ ରଜନୀକାନ୍ତଙ୍କୁ ଅନୁରୋଧ କରିଥିଲେ ଯେ, ସେମାନଙ୍କୁ କିଛି ସମୟ ଦେବା ପାଇଁ । ଯାହାଦ୍ୱାରା ସେମାନେ ତାଙ୍କୁ ଭେଟିପାରିବେ । ତେବେ ପ୍ରଶଂସକଙ୍କ ଅନୁରୋଧକୁ ରକ୍ଷା କରି ରଜନୀକାନ୍ତ ସିଧା ଯାଇ ବସଷ୍ଟାଣ୍ଡରେ ପହଞ୍ଚିଯାଇଥିଲେ । ସେ ବାଙ୍ଗାଲୋରର ବସ ଡିପୋରେ ପହଞ୍ଚି ସେଠାରେ ବସ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ନିଜର ପ୍ରିୟ ଅଭିନେତାଙ୍କୁ ପାଖରେ ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ ଲୋକେ । ତାଙ୍କ ସହ କଥା ହେବା ସହ ସେଲଫି ବି ନେଇଥିଲେ । ଏହି ସମୟରେ ସେ ଧଳା ଲୁଙ୍ଗି ଏବଂ କୁର୍ତ୍ତା ପିନ୍ଧିଥିଲେ ।

 

Comments are closed.