Latest Odisha News

BREAKING NEWS

ବିଧାନସଭାର ଉପ ବାଚସ୍ପତି ହେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର : ବିଜେଡି ନେତା ରଜନୀକାନ୍ତ ସିଂହ ଗୁରୁବାର ଦିନ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଶ୍ରୀଯୁକ୍ତ ସିଂହ ଆଜି ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଉପବାଚସ୍ପତି ପଦ ଲାଗି ବିଧାନସଭାର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ତାଙ୍କ ନାମ ପ୍ରସ୍ତାବିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ ଜଣାଇଥିଲେ ।

ଶ୍ରୀଯୁକ୍ତ ସିଂହଙ୍କ ବିପକ୍ଷରେ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ କେହି ପ୍ରାର୍ଥୀ ମଇଦାନକୁ ଓହ୍ଲାଇନଥିବାବେଳେ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.