ଜୟପୁର: ରାଜସ୍ଥାନରେ ବିଗତ ଦିନରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘଣେ ଇଡି ଚଢାଉ କରିଥିଲା । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜେରା କରିଥିଲା । ଏବେ ରାଜସ୍ଥାନ ଏସିବି ଇଡିର ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।
ମିଳିଥିବା ସୂଚନା ଅନୁସାରେ, ଇଡି ଅଧିକାରୀ ନବଲ କିଶୋର ମୀନା ଜଣେ ମଦ୍ୟସ୍ଥିଙ୍କ ଜରିଆରେ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯାଗ ଆସିଛି । ଏହି ଅଭିଯୋଗ ଆଧାରରେ ରାଜସ୍ଥାନ ସରକାରଙ୍କ ଯାଞ୍ଚ ଏଜେନ୍ସି ଏହି କେନ୍ଦ୍ରୀୟ ଏଜେନ୍ସିଙ୍କୁ ଗିରଫ କରି ନେଇଛି ।
ରାଜସ୍ଥାନ ସରକାରଙ୍କ ଯାଞ୍ଚ ଏଜେନ୍ସି ଏସିବି ଇଡି ଅଧିକାରୀଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ମାମଲାରେ ଟ୍ରାପ କରିଛି । ଏହି ସଂକ୍ରାନ୍ତରେ ଖୁବ ଶୀଘ୍ର ଅଧିକାରୀ ସୂତ୍ରରେ ଘୋଷଣା କରାଯିବ ।
ରାଜସ୍ଥାନରେ ଘାଣ୍ଟୁଛି ଇଡି । ଅକ୍ଟୋବର ୨୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବାବେଳେ କଂଗ୍ରେସର ପ୍ରମୁଖ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁରସ୍ଥିତ ବାସଭବନରେ ଛାପା ମାରିଥିଲା ।
ବୈଭବଙ୍କୁ ବିଦେଶୀ ମୁଦ୍ରା ଅଧିନିୟମ ମାମଲାରେ ପଚରା ପଚରି କରାଯିବା ନେଇ ଅକ୍ଟୋବର ୨୭ ତାରିଖରେ ହାଜର ହେବାକୁ କହିଛି । ଅନ୍ୟପକ୍ଷେ ପେପର ଲିକ ମାମଲାରେ ଡୋଟାସରାଙ୍କ ଘରେ ଇଡି ଛାପା ମାରିଥିବା ଜଣାଯାଇଛି ।
Comments are closed.