Latest Odisha News

BREAKING NEWS

ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଲେ ପୁଅ ; କହିଲେ ଅବସ୍ଥା ସ୍ଥିର ରହିଛି , ଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ଭଲ ହୋଇଯିବେ

ଭୁବନେଶ୍ୱର : ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ତାଙ୍କ ପୁଅ ସୁନୀଲ ମହାନ୍ତି ସୂଚନା ଦେଇଛନ୍ତି ।  ଜଗନ୍ନାଥଙ୍କ ଆଶୀର୍ବାଦରୁ  ଖୁବ୍ ଶୀଘ୍ର ବାପାଙ୍କ ଦେହ ଭଲ ହୋଇଯିବ  । ମହେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ବୁଲେଟିନ୍ ଜାରି ହୋଇଛି  । ମହେଶ୍ବର ମହାନ୍ତି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି  । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି  ।

ଗତ ଅକ୍ଟୋବର ୩୧ତାରିଖରେ ପୁରୀର ପୂର୍ବତନ ବିଧାୟକ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥଲେ । ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।   ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଅସୁସ୍ଥତା ପାଇଁ ସେ କିଛି ଦିନ ହେବ ରାଜନୀତିରୁ ଦୂରେଇ ରହିଛନ୍ତି । ପୁରୀରୁ ସେ ୫ ଥର ବିଧାୟକ ଥିଲେ । ପଞ୍ଚାୟତିରାଜ, ପର୍ଯ୍ୟଟନ ଓ ସଂସ୍କୃତି, ଆଇନ, ରାଜସ୍ବ ଭଳି ମନ୍ତ୍ରୀ ଥିଲେ ମହେଶ୍ବର ମହାନ୍ତି । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।

Leave A Reply

Your email address will not be published.