Latest Odisha News

BREAKING NEWS

ରାଜସ୍ଥାନରେ ଉପରେ ଉପରେ ବିଜେପି-କଂଗ୍ରେସ ଖୁସ୍: ହେଲେ ଭିତିରିଆ ଚାଲିଛି ଅଙ୍କକଷା

ନୁଆଦିଲ୍ଲୀ:ଶେଷ ହୋଇଛି ନିର୍ବାଚନ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ କିଏ ଗଢିବ ସରକାର ? ଦିନକ ପରେ ଅର୍ଥାତ ତିନି ତାରିଖରେ ମିଳିବ ଏହାର ଉତ୍ତର । ହେଲେ ତା ପୂର୍ବରୁ ଏକ୍ଜିଟ ପୋଲ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ ପାଇଁ ଆଣି ଦେଇଛି ଖୁସି ।

ଏକ୍ଜିଟ ପୋଲ ଅନୁଯାୟୀ, ରାଜସ୍ଥାନ ଏବଂ ଏମପିରେ ବିଜେପି-କଂଗ୍ରେସ କଡା ଟକ୍କର ହେବ । କିଛି ଏଗଜିଟ ପୋଲ ଅନୁସାରେ ବିଜେପି ଆଗରେ ଥିବାବେଳେ କିଛିରେ କଂଗ୍ରେସ ଆଗରେ ଥିବା ଦେଖିବାକୁ ମିଳିଛି । ଛତିଶଗଡରେ ଅଧିକ ଏଗଜିଟ ପୋଲ କଂଗ୍ରେସ ପକ୍ଷରେ ରହିଛି । ହେଲେ ସଂଖ୍ୟା ଦେଖିଲେ ବିଜେପି ବେଶି ପଛରେ ବି ନାହିଁ ।

ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆ ଏଗ୍ଜିଟ ପୋଲ ଅନୁସାରେ, ରାଜସ୍ଥାନରେ କଂଗ୍ରେସ ବିଜେପିଠାରୁ ଅଳ୍ପ ଆଗରେ ଥିବା କହିଛି । ଏହା ଅନୁସାରେ, ରାଜସ୍ଥାନରେ କଂଗ୍ରେସରେ ୮୬ରୁ ୧୦୬ ଏବଂ ବିଜେପିକୁ ୮୦ରୁ ୧୦୦ ଆସନ ମିଳିବ । ଅନ୍ୟମାନଙ୍କ ଖାତାକୁ  ଯିବ ୯ରୁ ୧୮ ଆସନ । ଅର୍ଥାତ କଂଗ୍ରେସ ରାଜସ୍ଥାନରେ ୩୦ ବର୍ଷର ପୁରୁଣା ଟ୍ରେଣ୍ଡକୁ ଭାଙ୍ଗି ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ଦେଖା ଦେଇଛି ।

ତେବେ ଅନ୍ୟ କେତେକ ଏଗ୍ଜିଟ ପୋଲ ରାଜସ୍ଥାନରେ ବିଜେପି ସରକାର ଗଢିବା କଥା କହୁଥିବାବେଳେ ଆଉ କେତେକ କଂଗ୍ରେସ ସରକାର ଗଢିବା କଥା କୁହାଯାଇଛି । ଜାନ କି ବାତ ଅନୁସାରେ, କଂଗ୍ରେସ ୬୨ରୁ ୮୫, ବିଜେପି ୧୦୦ରୁ ୧୨୨ ସିଟ ପାଇବ । ପୋଲଷ୍ଟ୍ରାଟ ଅନୁସାରେ, କଂଗ୍ରେସକୁ ୯୦ରୁ ୧୦୦, ବିଜେପିକୁ ୧୦୦ରୁ ୧୧୦ ଆସନ ମିଳିପାରେ । ଟୁଡେଜ ଚାଣକ୍ୟର ଏଗ୍ଜିଟ ପୋଲ କହିବା ଅନୁସାରେ, କଂଗ୍ରେସ ୮୯ରୁ ୧୧୩ ଏବଂ ବିଜେପି ୭୭ରୁ ୧୦୧ ଆସନ ପାଇବ ।

ଏଗ୍ଜିଟ ପୋଲ ତଥ୍ୟ ଆସିବା ପରେ ଦୁଇ ଦଳ ସିନା ମୁହଁ ଟାଣ କରି ହସୁଛନ୍ତି ହେଲେ ଭିତରେ ଭିତରେ ଆରମ୍ଭ ହୋଇ ଯାଇଛି ଅଙ୍କକଷା ।ଏଠାରେ ୨୦୦ଟି ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବାବେଳେ ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୦ ।

Comments are closed.