Latest Odisha News

ଫିରୋଜାବାଦ ହେବ ଚନ୍ଦ୍ରନଗର, ସିଏମଙ୍କ ମଞ୍ଜୁରୀକୁ ଅପେକ୍ଷା

ଲକ୍ଷ୍ନୌ: ନାମ ବଦଳିବା ତାଲିକାରେ ପୁଣି ସାମିଲ ହେଲା ଉତ୍ତରପ୍ରଦେଶର ଫିରୋଜାବାଦ । ପୂର୍ବରୁ ଏହି ରାଜ୍ୟର ପ୍ରୟାଗରାଜ, ଅଯୋଧ୍ୟା, ଅଲୀଗଡ ସହର ନାମ ବଦଳି ସାରିଥିବାବେଳେ ଏଣିକି ଏବେ ଫିରୋଜାବାଦର ନାମ ପରିବର୍ତ୍ତନ କରାଯିବ । ଏନେଇ ନଗର ମିଗମ କାର୍ଯ୍ୟନିର୍ବାହୀ ବୈଠକରେ ଫିରୋଜାବାଦ ସହରର ନାମ ବଦଳାଇ ଚନ୍ଦ୍ରନଗର ରଖାଯିବାକୁ ପ୍ରସ୍ତାବ ଦିଆଯାଇଛି ।

ନଗର ମିଗମ କାର୍ଯ୍ୟନିର୍ବାହୀ ବୈଠକରେ, ୧୨ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ଫିରୋଜାବାଦର ନାମ ଚନ୍ଦ୍ରନଗରରେ ପରିବର୍ତ୍ତନ କରିବାକୁ ସମର୍ଥନ କରିଛନ୍ତି । ଏହାପୂର୍ବରୁ ନିକଟରେ ଅଲ୍ଲୀଗଡ ସହରର ନାମ ପରିବର୍ତ୍ତନ କରାଯାଇ ହରିଗଡ ରଖିବାନେଇ ପ୍ରସ୍ତାବ ପାରିତ ହୋଇସାରିଛି ।

ସୁହାଗ ନଗରୀ ଏବଂ ବିଭିନ୍ନ ପ୍ରାକାରର ଚୁଡି ପାଇଁ ପ୍ରସିଦ୍ଧ ଫିରୋଜାବାଦର ନାମ ପରିବର୍ତ୍ତନ ନେଇ ଗତକାଲି (ଗୁରୁବାର) ନଗର ମିଗମ କାର୍ଯ୍ୟନିର୍ବାହୀ ବୈଠକରେ ଉପସ୍ଥାପିତ କରାଯାଇଥିଲା । ଏହି ପ୍ରସ୍ତାବକୁ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ସହମତି ମିଳିବାପରେ ଏହାକୁ ଅନ୍ତିମ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ପାଖକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.