Latest Odisha News

ଭୋଟ୍ ଦେଉଛି ରାଜସ୍ଥାନ : ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ

ନୂଆଦିଲ୍ଲୀ : ଆଜି ହେଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ  । ରାଜସ୍ଥାନରେ ୨୦୦ରୁ ୧୯୯ ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି  । ଏହା ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ  । ଡିସେମ୍ବର ୩ ତାରିଖରେ ଭୋଟ୍ ଗଣନା କରାଯିବ  । ୫.୨୫ କୋଟି ଭୋଟର ପ୍ରାୟ ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ  ନିର୍ଦ୍ଧାରଣ କରିବେ । ଏଥିମଧ୍ୟରେ ୧୮ରୁ ୩୦ ବର୍ଷ ବୟସର ୧.୭୦ କୋଟି ଭୋଟର ଅନ୍ତର୍ଭୁକ୍ତ ରହିଛନ୍ତି  । ଏବଂ ସେମାନଙ୍କ ମଧ୍ୟରୁ କିଛି ନୂତନ ଭୋଟର ମଧ୍ୟ ଅଛନ୍ତି ।

ରାଜ୍ୟରେ ୫୧,୭୫୬ଟି ପୋଲିଂ ବୁଥ୍‌ ସ୍ଥାପନ କରାଯାଇଛି । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢେଇ ଚାଲିଛି । କଂଗ୍ରେସର ୧୦୭ ବିଧାୟକ ଥିବାବେ‌ଳେ ବିଜେପିର ୭୦ ବିଧାୟକ ଅଛନ୍ତି। ଉଦୟପୁର ଏବଂ କରନପୁର ଆସନ ଖାଲି ପଡ଼ିଛି। ବର୍ତ୍ତମାନ କଂଗ୍ରେସ କ୍ଷମତାରେ ଅଛି  ।

ଦଳରେ ପାଇଲଟ-ଗେହଲଟ ବିବାଦ ଥିଲେ ମଧ୍ୟ ଉଭୟ ନେତା, ଜୋରଦାର ପ୍ରଚାର କରିଥିଲେ। ଏସବୁ ମଧ୍ୟରେ ଜନତା ଆଜି କାହାକୁ ବାଛିବେ , ତା ଉପରେ ସମସ୍ତଙ୍କ ନଜର ରହିଛି ।  ସେପଟେ ଗତକାଲି ପ୍ରଚାରର ଶେଷ ଦିନରେ ବିଜେପି ଓ କଂଗ୍ରେସର ବହୁ ବଡ ବଡ ନେତା  ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଜି ଷ୍ଟାଡିୟମ୍  ଦେବଗଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ବିଭିନ୍ନ ରାଲି ଓ ଶୋଭାଯାତ୍ରାକୁ ସମ୍ବୋଧିତ କରିଥିଲେ ।

Comments are closed.