Latest Odisha News

BREAKING NEWS

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର: ଅଶୋକ ଗେହଲଟ୍

ନୂଆଦିଲ୍ଲୀ: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାଗେର୍ଟ। କହିଛନ୍ତି,  ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର ।  ମୁଖ୍ୟ ସଚିବ ହିଁ ବାସ୍ତବ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ଠାରୁ ଅଧିକ ପାୱାରଫୁଲ ଉପମୁଖ୍ୟମନ୍ତ୍ରୀ ।

ଗତକାଲି ଗେହଲଟ୍ ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ଏହାପରେ ସେ ଅଭିଯୋଗ କରିଛନ୍ତି ,ରାଜସ୍ଥାନରେ  ମୁଖ୍ୟମନ୍ତ୍ରୀଙ୍କଠୁ ଅଧିକ  ‘ପାୱାରଫୁଲ୍’ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର  ମୁଖ୍ୟ ସଚିବ ହିଁ ବାସ୍ତବ  ମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି ବୋଲି ମଧ୍ୟ କଂଗ୍ରେସର ଏହି ବରିଷ୍ଠ ନେତା ଅଭିଯୋଗ କରିଛନ୍ତି ।

ଗେହଲଟ୍ ଗଣମାଧ୍ୟମକୁ  କହିଛନ୍ତି,‘‘ ଦୁଃଖର ବିଷୟ ସରକାର ହେବାର ଅଢେଇରୁ ତିନି ମାସ ହୋଇ ଗଲାଣି , କିନ୍ତୁ  ସରକାର କାହିଁକି ଚାଲୁନାହିଁ ବୋଲି ପ୍ରତି ଘରେ ଚର୍ଚ୍ଚା ହେଉଛି ।’’

କେନ୍ଦ୍ରୀୟ ବିଜେପି ନେତୃତ୍ୱକୁ ଟାର୍ଗେଟ କରି ଗେହଲଟ୍ କହିଛନ୍ତି,‘‘ ମୁ୍ଁ ବୁଝିପାରୁଛି ଯେ ଏଥିପାଇଁ କେବଳ ମୁଖ୍ୟମନ୍ତ୍ରୀଙ୍କର  ଭୁଲ ନାହିଁ ।  କାରଣ ବିଜେପି ରିମୋର୍ଟ କଣ୍ଟ୍ରୋଲରେ ସରାକର ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହା ଲୋକତନ୍ତ୍ରର ବିରୋଧୀ । ମୁଖ୍ୟ ସଚିବ ସୁଧାଂଶ ପନ୍ତ ହିଁ ପ୍ରକୃତ ମୁଖ୍ୟମନ୍ତ୍ରୀ ପରି କାମ କରୁଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଠାରୁ  ଉପମୁଖ୍ୟମନ୍ତ୍ରୀ  ଅଧିକ କ୍ଷମତାଶାଳୀ।’’

ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି,‘‘ ରାଜ୍ୟ ସରକାର ବେଶ୍ ମଜଭୁତ ଅଛନ୍ତି ଓ ସମସ୍ତଙ୍କ ସହ  ସମନ୍ୱୟରେ କାମ କରୁଛନ୍ତି ।’’

Leave A Reply

Your email address will not be published.