Latest Odisha News

BREAKING NEWS

‘ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ । କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଭାରତୀୟ ଜନନା ପାର୍ଟି ବୋଲି କହିଛନ୍ତି ମନମୋହନ । ମେଣ୍ଟ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ମନମୋହନ ସାମଲ ଆହୁରି କହିଛନ୍ତି ଯେ, ‘ମେଣ୍ଟ ଚର୍ଚ୍ଚା ଏକ ଗୁଜବ, ମନଗଢ଼ା କାହାଣୀ । କିଏ ଏଭଳି ଚର୍ଚ୍ଚା କରିଥିଲା ଆମେ ଜାଣିନୁ । ମାତ୍ର ଏଭଳି କିଛି ହେବାର ନାହିଁ । ଦଳ ଏକାକି ବିଧାନସଭାର ୧୪୭ ଆସନ ଓ ଲୋକସଭାର ୨୧ଟି ଯାକ ଆସନରେ ଲଢିବ । ଆଉ ସରକାର ବି କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଉ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ।’

ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜନୀତି ମହଲରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଦିଲ୍ଲୀରୁ ଫେରି ଏୟାରପୋର୍ଟରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ହିଁ ସ୍ପଷ୍ଟିକରଣ ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।

ଲୋକସଭା ତାଲିକା ଶୀଘ୍ର ପ୍ରକାଶ ପାଇବ। ପରବର୍ତ୍ତୀ ସ୍ତରରେ ଅନ୍ୟ ତାଲିକା ବାହାରିବ। ଯେକୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କେନ୍ଦ୍ରୀୟ ପାର୍ଲାମେଣ୍ଟ କମିଟି ଓ ସିଇସି ପ୍ରାର୍ଥୀ ତାଲିକା ଘୋଷଣା କରିବେ । ତାଲିକାକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ମନମୋହନ ।

Leave A Reply

Your email address will not be published.