Latest Odisha News

ଗେହଲଟଙ୍କୁ ଗ୍ରୀନ୍ ସିଗ୍‌ନାଲ ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାରଙ୍କୁ ମିଳିଛି ଗ୍ରୀନ୍ ସିଗ୍‌ନାଳ । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ନିଃସର୍ତ୍ତ ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଇଛନ୍ତି।

ରାଜ୍ୟପାଳ ନିଜର ନିର୍ଦ୍ଦେଶରେ କହିଛନ୍ତି ସରକାର ବର୍ତ୍ତମାନ ପରିସ୍ଥିତିରେ ୨୧ ଦିନର ସମୟ ସୀମାରେ ଅଧିବେଶନ ଡକାନ୍ତୁ, ଯଦ୍ଵାରା କରୋନା ଭାଇରସ୍ ସଙ୍କଟ କାରଣରୁ ବିଧାୟକଙ୍କୁ ବିଧାନସଭାରେ ଆସିବାରେ ଅସୁବିଧା ନହୁଏ। ଏହା ସହିତ ରାଜ୍ୟପାଳ କହିଛନ୍ତି ଅଧିବେଶନ ସମୟରେ ସାମାଜିକ ନିୟମ ପାଳନ ଜରୁରୀ।

ରାଜ୍ୟପାଳ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଧାନସଭା ଅଧିବେଶନ ସମୟରେ ସାମାଜିକ ଦୂରତା ନିୟମ କିପରି ପାଳନ କରାଯିବ। ଏମିତି କୌଣସି ବ୍ୟବସ୍ଥା ରହିଛି ଯେଉଁଥିରେ ୨୦୦ ବିଧାୟକଙ୍କ ବ୍ୟତୀତ ୧୦୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ଏକତ୍ର କଲେ ମଧ୍ୟ ଯେମିତି କରୋନା ସଂକ୍ରମଣର ବିପଦ ନରହିବ। ଯଦି କାହାରିକୁ ସଂକ୍ରମଣ ହୁଏ ତେବେ ଏହା କେମିତି ରୋକାଯାଇ ପାରିବ। ଏହା ବ୍ୟତୀତ ଯଦି ଆସ୍ଥା ଭୋଟ୍ ହୁଏ ତେବେ ଏହାର ସିଧା ପ୍ରସାରଣ ହେବା ଜରୁରୀ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ଜୁଲାଇ ୩୧ରେ ଅଧିବେଶନ ଡକାଇବାକୁ ଅନୁମତି ମାଗିଥିଲେ। କେବଳ ଏତିକି ନୁହେଁ ରାଜସ୍ଥାନ ସରକାର ରାଜ୍ୟପାଳଙ୍କ ଆପତ୍ତି ଉପରେ ନିଜର ଉତ୍ତର ମଧ୍ୟ ଉପସ୍ଥାପନ କରିବ। ରାଜସ୍ଥାନରେ ବିଧାନସଭା ଅଧିବେଶନ ଡକାଇବା ନେଇ ରାଜ୍ୟ ସରକାର ଓ ରାଜଭବନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.