Latest Odisha News

BREAKING NEWS

ଏଥର ସାବାଡ କରିବ ‘ସ୍ପେଶାଲ ୪୪’

ନୂଆଦିଲ୍ଲୀ; ଆତଙ୍କୀ ଗତିବିଧିରେ ସାମିଲ ଥିବା ବ୍ୟକ୍ତିଙ୍କ ସାବାଡ କରିବା ପାଇଁ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।ୟୁଏପିଏ ସଂଶୋଧନ ବିଧେୟକର ନୂତନ ଆଇନ ଆଧାରରେ ରୁଜୁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନୂତନ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌କୁ ‘ସ୍ପେଶାଲ ୪୪’ର ନାମ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଭାରତରେ ଆତଙ୍କୀ ଘଟଣା ଘଟାଉଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ଟିମ୍‌ର ନଜର ରହିବ।

ଏହି ଟିମ୍‌ରେ ୪୪ ସ୍ପେଶାଲ ଅଧିକାରୀ ରହିବେ। ଏହି ଟିମ୍‌ରେ ଇଣ୍ଟେଲିଜେନ୍ସ ବ୍ୟୁରୋ , ଫାଇନାନସିଆଲ ଇଣ୍ଟେଲିଜେନ୍ସ, ଆରବିଆଇ, ଗୃହ ମନ୍ତ୍ରଣାଳୟ, ସେବି, ରାଜ୍ୟର ଏଟିଏସ, ରାଜ୍ୟର ସିଆଇଡି ସହିତ ଅନ୍ୟ ବିଭାଗର ଅଧିକାରୀ ସାମିଲ ହେବେ। ଏହି ସବୁ ଅଧିକାରୀ ସେହି ଲୋକଙ୍କ ଉପରେ ନଜର ରଖିବେ  ଯାହାଙ୍କ ବିରୋଧରେ ୟୁଏପିଏ ଆଇନ୍ ଆଧାରରେ କେସ୍‌ ରୁଜୁ ହୋଇଛି। ଏଥି ସହ ସେମାନଙ୍କ ସଂପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ସିଲ୍‌ କରିବାକୁ ମଧ୍ୟ ଆଦେଶ ଦେବେ।

ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଏହି ୪୪ ଅଧିକାରୀଙ୍କୁ ବୈଦେଶିକ ମନ୍ତ୍ରଣାଳୟ ମିଳିତ ଜାତିସଂଘ ଦ୍ଵାରା ଆତଙ୍କୀ ଘୋଷିତ ଲୋକଙ୍କ ତାଲିକା ଦେବ, ଯାହାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ । ଗୃହ ମନ୍ତ୍ରଣାଳୟର ଏହି ମହତ୍ଵପୂର୍ଣ୍ଣ ପଦକ୍ଷେପ ଆଧାରରେ ୪୪ ସ୍ଵତନ୍ତ୍ର ଅଧିକାରୀ ବୈଦେଶିକ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସହିତ  ଉତ୍ତମ ସମନ୍ଵୟ ରଖି ଯେଉଁ ବ୍ୟକ୍ତି ବିରୋଧରେ  ୟୁଏପିଏ ଆଇନ୍‌ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବେ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କର ସଂପତ୍ତି ଜବତ କରାଯିବ।

ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟ ନୂତନ ୟୁଏପିଏ ଆଇନ୍ ଅନୁଯାୟୀ ଯେଉଁ ଆତଙ୍କବାଦୀ ତାଲିକା ଘୋଷଣା କରିବେ, ସେମାନଙ୍କ ସଂପତ୍ତି ଖୋଳତାଡ କରି ଜବତ କରାଯିବ।

Leave A Reply

Your email address will not be published.